ପୁଣି ଥରିଲା କାବୁଲ । ସତ ହେଲା ଆମେରିକାର ଆକଳନ, କାବୁଲ ବିମାନ ବନ୍ଦର ନିକଟରେ ବିସ୍ଫୋରଣ

152

କନକ ବ୍ୟୁରୋ : କାବୁଲ ବିମାନବନ୍ଦର ନିକଟରେ ପୁଣି ଆତଙ୍କବାଦୀମାନେ ବିସ୍ଫୋରଣ କରିଛନ୍ତି । ସ୍ଥାନୀୟ ଗଣମାଧ୍ୟମର ସୂଚନା ମୁତାବକ ଅନେକ ଦୂର ପର୍ଯ୍ୟନ୍ତ ଏହି ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା । ଏହି ବିସ୍ଫୋରଣରେ କେତେ କ୍ଷୟକ୍ଷତି ହୋଇଛି ଏହାର ସ୍ପଷ୍ଟ ଚିତ୍ର ଆସିପାରି ନାହିଁ । କାବୁଲ ବିମାନ ବନ୍ଦର ଅଞ୍ଚଳ ଏବେ କଳା ଧୂଆଁରେ ଛାଇ ହୋଇଯାଇଛି । ଏହା ପୂର୍ବରୁ ୨୬ ତାରିଖରେ କାବୁଲ ବିମାନବନ୍ଦର ନିକଟରେ ଲଗାତର ଭାବେ ଦୁଇଟି ବିସ୍ଫୋରଣ ହୋଇଥିଲା । ଏଥିରେ ୧୭୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ ରୁ ଅଧିକ ଲୋକ ଆହତ ହୋଇଥିଲେ ।

କହିରଖୁ କି ଆଜି ଆମେରିକା ତରଫରୁ ବି ଆଶଂକା କରାଯାଇଥିଲା କି ୨୪ ରୁ ୩୬ ଘଂଟା ମଧ୍ୟରେ ପୁଣି କାବୁଲ ବିମାନ ବନ୍ଦର ନିକଟରେ ବିସ୍ଫୋରଣ ହୋଇପାରେ ।

ସଦ୍ୟ ସୂଚନା ମୁତାବକ ଏହି ବିସ୍ଫୋରଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତ ଓ ଗୁରୁତରଙ୍କ ସଂଖ୍ୟା ବଢିପାରେ ବୋଲି ଆଶଂକା କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେପଟେ ଆମେରିକୀୟ କର୍ମଚାରୀଙ୍କୁ ଟାର୍ଗେଟ୍ କରି ଆଇଏସଆଇଏସ ଆତଙ୍କବାଦୀ ଏଭଳି ରକେଟ୍ ମାଡ କରିଥିବା ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି ।