ଆଫଗାନିସ୍ତାନରେ ପୁଣି ଆତଙ୍କୀ ଆକ୍ରମଣ, ବିସ୍ଫୋରଣରେ ୧୫ ମୃତ ଅନେକ ଆହତ

93

କନକ ବ୍ୟୁରୋ : ଆଫଗାନିସ୍ତାନର ସମାଙ୍ଗନ ଠାରେ ଥିବା ଏକ ଧାର୍ମିକ ସ୍କୁଲ ଉପରେ ବୁଧବାରଦିନ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଆତଙ୍କବାଦୀଙ୍କ ବୋମା ବିସ୍ଫୋରଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ତୁରନ୍ତ ମେଡିକାଲକୁ ପଠାଇ ଦିଆଯାଇଛି ।

ଟୋଲୋ ନ୍ୟୁଜ ମୁତାବକ ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି କି ଏହି ବିସ୍ଫୋରଣରେ ୧୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ୨୭ ଜଣ ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏହି ବିସ୍ଫୋରଣ ବୁଧବାର ଦ୍ୱିପ୍ରହରରେ ହୋଇଛି । ଏହି ସମୟରେ ଏହି ଧାର୍ମିକ ସ୍କୁଲ ଭିତରେ ନମାଜପାଠ ହେଉଥିଲା । ମୃତକଙ୍କ ମଧ୍ୟରେ ୧୦ ଜଣ ସ୍କୁଲ ଛାତ୍ର ଥିବା କଥା କୁହାଯାଉଛି ।

ଏହି ବିସ୍ଫୋରଣ ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହାଁନ୍ତି । କହିରଖୁ କି, ଗତବର୍ଷ ଆଫଗାନିସ୍ତାନରୁ ଆମେରିକା ସମର୍ଥିତ ସରକାର ହଟିବା ପରେ ତାଲିବାନ ଏହାକୁ ଦଖଲ କରିନେଇଥିଲା । ଏହାପରେ ଲଗାତର ଭାବେ ଆଫଗାନିସ୍ତାନରେ ବିସ୍ଫୋରଣ ଭଳି ଘଟଣା ଦେଖିବାକୁ ମିଳୁଛି ।