କନକ ବ୍ୟୁରୋ : ଦିନକୁ ଦିନ ଆଫଗାନିସ୍ତାନର ସ୍ଥିତି ବିଗିଡିବାରେ ଲାଗିଛି । ଏହାକୁ ନଜରରେ ରଖି ଭାରତ ସରକାର ଗୁରୁ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆଫଗାନିସ୍ତାନର ମଜାର-ଏ-ଶରିଫରେ ଭାରତରୁ ଥିବା  କନସୁଲେଟ ଓ କାର୍ଯ୍ୟରତ ଭାରତୀୟ କର୍ମଚାରୀଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରିଛନ୍ତି କେନ୍ଦ୍ର ସରକାର ।

Advertisment

କହିରଖୁ କି ପ୍ରତ୍ୟେକଦିନ ଆଫଗାନିସ୍ତାନ ଉପରେ ତାଲିବାନ ସୈନ୍ୟଙ୍କ ଦଖଲ ବଢିବାରେ ଲାଗିଛି । ଗତ ୨ ଦିନ ମଧ୍ୟରେ ତାଲିବାନ ଆଫଗାନିସ୍ତାନର ରାଜଧାନୀ ଉପରେ ଦଖଲ କରିଛି । ଏହି କାରଣରୁ ଭାରତ ସରକାର ନିଜର କର୍ମଚାରୀଙ୍କ ଜୀବନ ପ୍ରତି  ବିପଦ ଥିବା ଆଶଂକା କରି ସେମାନଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି ।

ମଜାର-ଏ-ଶରିଫ ରେ ଥିବା ଭାରତୀୟ ଦୂତାବାସ ତରଫରୁ ସୂଚନା ଦିଆଯାଇଛି କି ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ମଜାର-ଏ- ଶରିଫରୁ ଏକ ସ୍ୱତନ୍ତ୍ର ବିମାନ ଦିଲ୍ଲୀ ବାହାରିବ । ଏଥିରେ ଭାରତୀୟମାନଙ୍କୁ ଦିଲ୍ଲୀ ଅଣାଯିବ । ଏହାସହ କୁହାଯାଇଛି କି ଯେଉଁ ଭାରତୀୟମାନେ ଦିଲ୍ଲୀ ଫେରିଯିବାକୁ ଚାହୁଁଛନ୍ତି ସେମାନେ ତୁରନ୍ତ ସେମାନଙ୍କ ପୁରା ନାମ, ପାସପୋର୍ଟ ନମ୍ବର ଓ ଅନ୍ୟ ସୂଚନା ହ୍ୱାଟସପ୍ ମାଧ୍ୟମରେ ପ୍ରଦାନ କରନ୍ତୁ । ଏହାସହ ଭାରତୀୟ ଦୂତାବାସ ତରଫରୁ ଏହି ନମ୍ବରଟି ଦିଆଯାଇଛି  (୦୭୮୫୮୯୧୩୦୩,୦୭୮୫୮୯୧୩୦୧) ।

ସୂଚନା ଥାଉକି ଏବେ ଆଫଗାନିସ୍ତାନର ଅନେକ ସହରକୁ ତାଲିବାନ ଦଖଲ କରିନେଇଛି  । ଏହାସହ ତାଲିବାନ ପକ୍ଷରୁ ଆଫଗାନ ସେନା ଉପରେ ବି ଜୋରଦାର ଆକ୍ରମଣ ଜାରି ରହିଛି ।