କନକ ବ୍ୟୁରୋ : ଆମେରିକା ସେନା ଆଫଗାନିସ୍ତାନ ଛାଡିବା ପରେ ତାଲିବାନ ଓ ଆଫଗାନିସ୍ତାନ ସେନା ମଧ୍ୟରେ ଲଢେଇ ଜୋରଦାର ହୋଇଛି । ଏହାରି ମଧ୍ୟରେ ନ୍ୟୁଜ ଏଜେନ୍ସି ‘ଏଏଫବି’ର ସୂଚନା ମୁତାବକ ଆଫଗାନ ସରକାରଙ୍କ ମିଡିଆ ପ୍ରମୁଖଙ୍କୁ ହତ୍ୟା କରାଯାଇଛି । ପୋଲିସ ସୂତ୍ରରୁ ନ୍ୟୁଜ ଏଜେନ୍ସି ଏହି ଖବର ପାଇଥିବା କହିଛି ।

Advertisment

ଆଫଗାନ ସରକାରଙ୍କ ଗଣମାଧ୍ୟମ ଓ ସୂଚନା କେନ୍ଦ୍ର ପ୍ରମୁଖଙ୍କୁ ଆଜି ରାଜଧାନୀରେ ହତ୍ୟା କରାଯାଇଛି । ଏହି ସୂଚନା ଆଫଗାନିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଶୁକ୍ରବାର ଦିନ ଦେଇଛି । କହିରଖୁ କି କିଛିଦିନ ପୂର୍ବରୁ ତାଲିବାନ ଧମକ ଦେଇଥିଲା କି ବିମାନ ଆକ୍ରମଣ ବୃଦ୍ଧି ପାଇଁ ଆଫଗାନିସ୍ତାନକୁ ପ୍ରାୟଶ୍ଚିତ କରିବାକୁ ପଡିବ । ଏହାର ଜବାବରେ ତାଲିବାନ ଆଫଗାନିସ୍ତାନର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଟାର୍ଗେଟ୍ କରିବ ବୋଲି ଚେତାବନୀ ଦେଇଥିଲା । ଅଭ୍ୟନ୍ତରୀଣ ମନ୍ତ୍ରଣାଳୟର ପ୍ରବକ୍ତା ସୀରବାଇସ୍ ଷ୍ଟାନିକଜଇ ଦାବା ଖାନ ମୀନାପାଲ ହତ୍ୟାକୁ ନେଇ କହିଛନ୍ତି କି ଏହା ଏକ ଦୁଭାଗ୍ୟପୂର୍ଣ୍ଣ ଘଟଣା, ଆତଙ୍କବାଦୀମାନେ ପୁଣିଥରେ ଭୀରୂ ଭଳି କାର୍ଯ୍ୟ କରିଛନ୍ତି । ଦାବା ଖାନଙ୍କ ଭଳି ଜଣେ ଦେଶଭକ୍ତଙ୍କୁ ଦେଶ ପାଇଁ ସହିଦ ହେବାକୁ ପଡିଲା ।

କହିରଖୁ କି ଦାବା ଖାନ ମୀନପାଲ ୨୦୧୫ ମସିହାରେ କାନ୍ଦାହାର ସରକାରରେ ମିଡିଆ ଓ ସୂଚନା କେନ୍ଦ୍ରର ପ୍ରମୁଖ ଥିଲେ । ସେ ଦକ୍ଷିଣ ଆଫଗାନିସ୍ତାନର ଜାବୁଲ ଅଞ୍ଚଳରେ ରହୁଥିଲେ । ସେ କାବୁଲ ୟୁନିଭରସିଟିରେ ଆଇନ ଓ ରାଜନୀତି ବିଜ୍ଞାନରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିଲେ ।