ଆଫଗାନିସ୍ତାନରେ ୨୬୨ ଆତଙ୍କବାଦୀ ନିହତ , ୧୭୬ ଗୁରୁତର । ସାରା ଦେଶରେ କର୍ଫ୍ୟୁ ଜାରି

188

କନକ ବ୍ୟୁରୋ: ଆଫଗାନିସ୍ତାନ ସେନାର ଗୁଳିରେ ୨୪ ଘଣ୍ଟାରେ ନିହତ ହୋଇଛନ୍ତି ୨୬୨ ତାଲିବାନ୍ ଆତଙ୍କବାଦୀ । ଏହାସହ ୨୦ରୁ ଉଦ୍ଧ୍ୱର୍ ବିସ୍ଫୋରକ ନାକାମ କରିଛନ୍ତି ଯବାନ୍ । ସ୍ଥିତିକୁ ଦୃଷ୍ଟିରେ ରଖି ସାରା ଦେଶରେ କର୍ଫ୍ୟୁ ଜାରି ହୋଇଛି । ଆଫଗାନିସ୍ତାନର ପ୍ରତିରକ୍ଷା ବିଭାଗର ସୂଚନା ମୁତାବକ, ଗତ ୨୪ ଘଣ୍ଟା ଭିତରେ ୨୬୨ ଜଣ ଆତଙ୍କବାଦୀ ଧରାଶାୟୀ ହୋଇଛନ୍ତିି । ଏହାସହ ୧୭୬ଜଣ ଗୁରୁତର ଆହତ ହୋଇଛନ୍ତି । । ଆଫଗାନିସ୍ତାନର ଲଘମାନ୍, ନଙ୍ଗରପୁର, ନୁରିସତାନ, ଘାଜନୀ, ପକ୍ତିଆ, କାନ୍ଦାହାର, ହେରତ୍, ବଲ୍ଖ୍, କୁଣ୍ଡୁଜ୍ ଓ କାପିସା ଆଦି ଇଲାକାରେ ଏବେ ବି ଅପରେସନ୍ ଜାରି ରହିଛି । ଗତ କିଛି ଦିନ ହେବ ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦ ସକ୍ରିୟ ଥିବାରୁ ସେନାର ନିଦ ହଜିଯାଇଛି । ଦେଶରୁ ଆମେରିକା ତାର ସେନା ପ୍ରତ୍ୟାହୃତ କରିବୋ ପରେ ତାଲିବାନର ଦବଦବା ବଢିଯାଇଛି । ଏହାପୂର୍ବରୁ ଆଫଗାନିସ୍ତାନରେ ଥିବା ପାକିସ୍ତାନୀ ରାଷ୍ଟ୍ରଦୂତଙ୍କ ଝିଅକୁ ଅପହରଣ ଓ ନିର୍ଯ୍ୟାତନା ଘଟଣାଠାରୁ ସ୍ଥିତି ଗମ୍ଭୀର ରହିଛି ।