ମହିଳାଙ୍କ ପାଇଁ ଅଭିଶାପ ପାଲଟିଛି ତାଲିବାନୀ ଶାସନ, ପେଟ ପାଇଁ ଝିଅକୁ ବିକୁଛି ବାପ

107

କନକ ବ୍ୟୁରୋ : ଅଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସେଠାକାର ସ୍ଥିତି ଏବେ ଖରାପ ହେବାରେ ଲାଗିଛି । ଏଠାରେ ଆର୍ଥିକ ସ୍ଥିତି ଏବେ ଏତେ ଖରାପ ହୋଇଛି କି ଲୋକମାନେ ଭୋକ ବିକଳରେ ଚିକ୍ରାର କରୁଛନ୍ତି । ବ୍ୟାଙ୍କରେ ନଗଦ ଟଙ୍କା ଶେଷ, ତାଲିବାନ ସରକାର ପାଖରେ ବି ଟଙ୍କା ନାହିଁ । ବ୍ୟବସାୟ ମାନ୍ଦା ତ ଲୋକମାନଙ୍କ ଜୀବନ ଏବେ ଅସହାୟ । ଏହାରି ମଧ୍ୟରୁ ତାଲିବାନରୁ ଏଭଳି ଏକ ଖବର ଆସିଛି କି ଯାହା ଶୁଣିଲେ ଆପଣ ଭାବିବାକୁ ବାଧ୍ୟ ହେବେ ଧର୍ମ କେବେ କାହାରି ପେଟ ପୁରାଇବାରେ ସହାୟକ ହୋଇ ନଥାଏ । ଏହା କେବଳ କିଛି ମୁଷ୍ଟିମେୟ ଲୋକଙ୍କ ସ୍ୱାର୍ଥ । ଖବର ମୁତାବକ ଜଣେ ବାପ ନିଜ ପରିବାର ଲୋକଙ୍କୁ ଖାଦ୍ୟ ଦେବା ପାଇଁ ନିଜର ୯ ବର୍ଷର ଝିଅକୁ ବିକ୍ରି କରିଛନ୍ତି ।

ସୂଚନା ମୁତାବକ ୯ ବର୍ଷିୟା ବାଳିକାର ପିତା ଅବ୍ଦୁଲ ମଲ୍ଲିକ ପରିବାର ଲୋକଙ୍କ ପାଇଁ ଖାଦ୍ୟ ଯୋଗାଡ କରିବାକୁ ନିଜ ଝିଅକୁ ଜଣେ ୫୫ ବର୍ଷ ବୟସ୍କ ବୃଦ୍ଧକୁ ବିକ୍ରି କରିଦେଇଛନ୍ତି । ରିପୋର୍ଟ ମୁତାବକ ଅବ୍ଦୁଲ୍ଲଙ୍କ ପାଖରେ ପରିବାର ଲୋକଙ୍କ ଭୋକ ମେଣ୍ଟାଇବାକୁ କିଛି ଉପାୟ ନଥିଲା । ଆଫଗାନିସ୍ତାନରେ ତାଲିବାନ ସରକାର ଆରମ୍ଭ ହେବା ଠାରୁ ଦେଶରେ ନଗଦୀ ଟଙ୍କା ଓ ଖାଦ୍ୟ ସାମଗ୍ରୀର ଘୋର ଅଭାବ ପରିଲକ୍ଷିତ ହୋଇଛି । ତେଣୁ ଅବ୍ଦୁଲ ବାଧ୍ୟ ହୋଇ ନିଜ ନାବାଳିକା ଝିଅକୁ ଜଣେ ୫୫ ବର୍ଷିୟ ବୃଦ୍ଧା ହାତକୁ ଟେକି ଦେଇଛନ୍ତି । ଗଣମାଧ୍ୟମ ସହ କଥାହେବା ବେଳେ ଅବ୍ଦୁଲ କହିଛନ୍ତି କି ତାଙ୍କ ପରିବାରରେ ମୋଟ ୮ ଜଣ ସଦସ୍ୟ । ସେମାନେ ପ୍ରଥମେ ଶିବିରରେ ରହି ନିଜର ଗୁଜୁରାଣ ମେଣ୍ଟାଉଥିଲେ । ହେଲେ ସେଠାରେ ତାଲିବାନ ସରକାର ଗଠନ କରିବା ପରେ ସମସ୍ତଙ୍କ ଚାକିରୀ ଚାଲିଯାଇଥିଲା । ପରିବାରର ପେଟ ଭରିବାକୁ ସେ ପ୍ରଥମେ ନିଜ ୧୨ ବର୍ଷର ଝିଅକୁ ବିକ୍ରି କରିଥିଲା ଓ ଏବେ ୯ ବର୍ଷର ଝିଅକୁ ବି ବିକ୍ରି କରିଛନ୍ତି ।

ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ, ଯେତେବେଳେ ବିକ୍ରି ହୋଇଥିବା ୯ ବର୍ଷର ନାବାଳିକା ପାଠ ପଢି ଶିକ୍ଷକ ହେବାକୁ ଚାହୁଁଥିବା କହିବାର । ନାବାଳିକା ଜଣଙ୍କ କହିଛନ୍ତି କି ପରିବାରର ଆର୍ଥିକ ସ୍ଥିତି ଖରାପ କାରଣରୁ ତାଙ୍କ ସହିତ ପରିବାର ଲୋକେ ଏଭଳି କରିଛନ୍ତି ।