ଆଗ ଭଳି ଆଉ ଏକାଠି ବସୁ ନାହାନ୍ତି ଛାତ୍ରଛାତ୍ରୀ : ଶ୍ରେଣୀ ମଝିରେ ଟଣା ଗଲା ପରଦା

ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ବଦଳିଗଲା ବିଶ୍ୱ ବିଦ୍ୟାଳୟ ଚିତ୍ର

1,304

କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ବଦଳିଗଲା ବିଶ୍ୱ ବିଦ୍ୟାଳୟ ଚିତ୍ର । ଆଗ ଭଳି ଆଉ କ୍ଲାସରେ ଏକାଠି ବସୁ ନାହାନ୍ତି ଛାତ୍ରଛାତ୍ରୀ । ଏବେ ଶ୍ରେଣୀ ମଝିରେ ଟଣା ଯାଉଛି ପରଦା । ଆଉ ମଝିରେ ପରଦା ଥାଇ ଗୋଟିଏ ପାର୍ଶ୍ୱରେ ଛାତ୍ର ଏବଂ ଅନ୍ୟ ପାର୍ଶ୍ୱରେ ଛାତ୍ରୀ ବସିଥିବାର ଫଟୋ  ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଛାତ୍ରୀଙ୍କୁ କେବଳ ମହିଳା ଶିକ୍ଷକ ହିଁ ପଢ଼ାଇବେ । ସେମାନଙ୍କୁ କୌଣସି ପୁରୁଷ ଶିକ୍ଷକ ପଢ଼େଇବେନି । ଯଦି ମହିଳା ଶିକ୍ଷକ ନିୟୋଜିତ କରିବା ଅସମ୍ଭବ ହୁଏ ତେବେ ଉତମ ଚରିତ୍ର ଥିବା ବୟସ୍କ ବ୍ୟକ୍ତିଙ୍କୁ ସାମିଲ କରାଯିବ । କ୍ଲାସ ସରିବାର ୫ ମିନିଟ ପୂର୍ବରୁ ଛାତ୍ରୀମାନେ କ୍ଲାସ ଛାଡ଼ିବେ । ଛାତ୍ରମାନେ ଶିକ୍ଷାନୁଷ୍ଠାନ ଛାଡ଼ିବା ପର୍ଯ୍ୟନ୍ତ ସେମାନେ ୱେଟିଂ ହଲରେ ରହିବେ ।