ଆଫଗାନ ମାଟିର ହିରୋ ଅମରୁଲ୍ଲା ସାଲେହ: ତାଲିବାନ୍ ହାତରେ ପଡିବା ପୂର୍ବରୁ ଗୁଳିକରି ମାରିଦେବାକୁ ସହଯୋଗୀକୁ କଲେ ଅନୁରୋଧ

593

କନକ ବ୍ୟୁରୋ: ଆଫଗାନିସ୍ତାନ ଦଖଲ ପରେ ନିଜ ଦେଶର ମୁଖ୍ୟ ଅସ୍ରଫ ଘନିଙ୍କ ସମେତ ଅନ୍ୟ ନେତା ଜୀବନ ବିକଳରେ ଦେଶ ଛାଡି ଅନ୍ୟତ୍ର ପଳାଇବା ପରେ ବି ନିଜ ଦେଶ ମାଟିରେ ଦମ୍ଭ ଧରି ରହିଛନ୍ତି ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଅମରୁଲ୍ଲା ସଲେହ ।
ଅଗଷ୍ଟ ୧୫ ରେ ତାଲିବାନ୍ କାବୁଲ ଦଖଲ କରିବା ପରେ ଦେଶର ଚିନ୍ତା ଯେମିତି ସମସ୍ତଙ୍କ ମନରୁ ଉଭେଇ ଯାଇଥିଲା । ବ୍ୟକ୍ତିଗତ ସ୍ୱାର୍ଥ ଆଗରେ ଫିକା ପଡିଥିଲା ଦେଶର ସ୍ୱାର୍ଥ । ହେଲେ ଏମିତି କିଛି ବ୍ୟକ୍ତିତ୍ୱ ଏବେବି ଏହି ମାଟିରେ ଅଟକି ରହି ଦେଶ ମାତୃକା ପାଇଁ ଚଳାଇଛନ୍ତି ସଂଗ୍ରାମ । ଜୀବନର ଶେଷ ନିଶ୍ୱାସ ଯାଏଁ ମାଟି ମା’ ପାଇଁ ଲଢିବାକୁ ନେିଛନ୍ତି ଶପତ । ଏମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଅମରୁଲ୍ଲା ସାଲେହ ।ତାଲିବାନର କାବୁଲ ଅକ୍ତିଆର ପରେ ଦେଶ ଛାଡି ଯାଇନଥିଲେ ବରଂ ପଂଜଶିରର ନର୍ଦ୍ଦନ ଏଲାଏନ୍ସରେ ଯୋଗ ଦେଇ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି ସାଲେହ । ତେବେ କାବୁଲ ଦଖଲର ପୂର୍ବର କିଛି ସମୟକୁ ନିଜ ଲେଖାରେ କଏଦ କରିଥିଲେ ସାଲେହ । ଏହା ଏକ ବ୍ରିିଟଶ୍ ଖବରକାଗଜରେ ପ୍ରକାଶ ପାଇବା ପରେ ସାରା ବିଶ୍ୱରେ ଚର୍ଚ୍ଚା ।

ସାଲେହ ଲେଖିଛନ୍ତି:
ତାଲିବାନୀ କବୁଲ ଦଖଲ କରିବା ପୂର୍ବରୁ ଏଠିକାର ଜଣେ ପୋଲିସ୍ ଅଧିକାରୀ ମୋତେ ଫୋନ କରି ଜଣାଇଲେ । ନିଜ ପାଖରେ ଥିବା ସାଧନକୁ ନେଇ ତାଲିବାନର ସାମନା କରିବାକୁ ମଁ ତାଙ୍କୁ କହିଥିଲି । ହେଲେ ହାରିଯାଇଥିଲା କାବୁଲ ପୋଲିସ । ତୁରନ୍ତ ପଂଜଶିର ମୁଖ୍ୟ ଅହମ୍ମଦ ମାସୁଦଙ୍କ ଯୋଗଯୋଗ କରିଥିଲି । ସେ ତାଙ୍କ ସହ ତୁରନ୍ତ ଯୋଗ ଦେବାକୁ କହିଥିଲେ । ସେଠାରେ ରହି ତାଲିବାନୀଙ୍କ ବିରୋଧରେ ଲଢିବାକୁ କହିଥିଲେ । ସଙ୍ଗେ ସଙ୍ଗେ ମୁଁ କାବୁଲ ସ୍ଥିତ ମୋ ଘରକୁ ଗଲି । ସେଠାରେ ଥିବା ମୋ ସ୍ତ୍ରୀ, ଝିଅ ଓ ସମସ୍ତ ସମ୍ପର୍କୀୟଙ୍କ ଫଟୋ ଜାଳିଦେଲି । ଗୁରୁତ୍ୱପୂର୍ଣ୍ଣ ଦସ୍ତବିଜ୍ ଓ ମୋ କମ୍ପ୍ୟୁଟରକୁ ମୋ ସାଙ୍ଗରେ ନେଇଗଲି । ଗଲାବେଳେ ମୁଁ ଚିଫ୍ ଗାର୍ଡଙ୍କୁ କହିଲି । ତୁମେ ମୋର ବିଶ୍ୱସ୍ତ । ଆମେ ପଂଜଶିର ଯାଉଛେ । ସେଠାରେ ମିଳିମିଶି ଲଢିବା ।କୋରାନ ଉପରେ ହାତ ରଖି କୁହ । ଯଦି ମୁଁ କେବେ ଆହତ ହୋଇଯାଏ । ତାହେଲେ ମୋ ମୁଣ୍ଡକୁ ୨ଟି ଗୁଳି ଚଳାଇବ । ମରିଯିବି ପଛେ ତାଲିବାନ୍ ଆଗରେ ମୁଁ ମୁଣ୍ଡ ନୁଆଁଇବାକୁ ଚାହୁଁନାହିଁ । ଏତକ କହି ପଂଜଶିର ଅଭିମୁଖେ ବାହାରିଥିଲେ । ସାଲେହ । ବାଟରେ ତାଙ୍କ ଉପରେ ଦୁଇଥର ଆକ୍ରମଣ ହୋଇଥିଲେ ବି ବର୍ତ୍ତି ଯାଇଥିଲେ ।
ସ୍ଥାନୀୟ ଗଣମାଧ୍ୟମର ସୂଚନା ମୁତାବକ ତାଲିବାନ୍ ପଂଜଶିର ଦଖଲ କରିବା କଥା କହୁଥିଲେ ବି ଏବେବି ଏହାକୁ ପ୍ରତ୍ୟାକ୍ଷାନ କରିଆସୁଛନ୍ତି ମାସୁଦ ଓ ସାଲେହ । ଏବେ ଗରିଲା ଯୁଦ୍ଧ ପାଇଁ ଡାକରା ଦେଇଛି ଆଫଗାନିସ୍ତାନର ଏହି ଦୁଇ ଯୋଦ୍ଧା । ସାଲେହଙ୍କ ଏପରି ସାହାସ ପାଇଁ ସେ ପାଲଟିଯାଇଛନ୍ତି ଆଫଗାନିସ୍ତାନର ରିଅଲ ହିରୋ । ସାଲେହଙ୍କୁୁ ସଲାମ କରୁଛି ସାରା ବିଶ୍ୱ ।