ଝିଅମାନଙ୍କ ବିଦେଶରେ ପଢିବାର ସ୍ବପ୍ନ ଉପରେ ରୋକ ଲଗାଉଛି ତାଲିବାନ

ଝିଅମାନଙ୍କ ବିଦେଶରେ ପଢିବାର ସ୍ବପ୍ନ ଉପରେ ରୋକ ଲଗାଉଛି ତାଲିବାନ

"ତାଲିବାନ ସରକାର ଆଫଗାନିସ୍ତାନର ମହିଳାମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ ବନ୍ଦ କରିଦେବା ପରେ ମୋର କେବଳ ଗୋଟିଏ ଆଶା ବାକି ଥିଲା । ମୁଁ କୌଣସି ପ୍ରକାରେ ଛାତ୍ରବୃତ୍ତି ପାଇ ବିଦେଶ ଯିବାକୁ ଚାହୁଁଥିଲିକିନ୍ତୁ ମୋର ଏ ସ୍ବପ୍ନ ମଧ୍ୟ ପୁରଣ ହୋଇପାରିଲା ନାହିଁ । "

ଆଫଗାନିସ୍ତାନର 20 ବର୍ଷ ବୟସ୍କ ଛାତ୍ର ନତାଇ ପରବୀଜ ଏଆରପୋର୍ଟରେ ନିଜର ଏହି  ଯନ୍ତ୍ରଣାଦାୟକ କାହାଣୀ ବର୍ଣ୍ଣନା କରୁଥିଲେ । ନତାଇ କହିଛନ୍ତି ଯେ ତାଙ୍କ ଦେଶରେ ବିଶ୍ୱବିଦ୍ୟାଳୟରେ ପଢିବାରେ ବହୁତ ସମସ୍ଯା ଥାଇ ମଧ୍ୟ ସେ ଅଧ୍ୟୟନ ଛାଡି ନାହାଁନ୍ତି । ତାଙ୍କର ଏହି ଅଧ୍ୟବସାୟ  ହେତୁ ସେ ଦୁବାଇ ବିଶ୍ୱବିଦ୍ୟାଳୟର ଛାତ୍ରବୃତ୍ତି ପାଇବାକୁ ମନୋନୀତ ହେଇଥିଲେ । ୟୁଏଇର ଜଣାଶୁଣା  ବ୍ୟବସାୟୀ ଶେଖ ଖାଲଫ ଅହମ୍ମଦ ଅଲ ହାବଟୋର ଏହି ଛାତ୍ରବୃତ୍ତି ଆରମ୍ଭ କରିଛନ୍ତି । ଆଫଗାନିସ୍ତାନରେ ମହିଳାମାନଙ୍କ ପାଇଁ ତାଲିବାନ ବିଶ୍ୱବିଦ୍ୟାଳୟରେ ଆଡମିଶନ ବନ୍ଦ କରିଦେବା ପରେ ଡିସେମ୍ବର 2022 ରେ ଏହି ଛାତ୍ରବୃତ୍ତି ଆରମ୍ଭ ହୋଇଥିଲା । ରିପୋର୍ଟ ଅନୁସାରେ ପ୍ରାୟ 100 ମହିଳା ଏହି ଛାତ୍ରବୃତ୍ତି ପାଇବାରେ ସଫଳ ହୋଇଛନ୍ତି। ବିଦେଶରେ ରହୁଥିବା କିଛି ଆଫଗାନିସ୍ତାନ ଷ୍ଟୁଡେଣ୍ଟ  ମଧ୍ୟ ଏହି ଛାତ୍ରବୃତ୍ତି ପାଇ ଉଚ୍ଚଶିକ୍ଷା ପାଇଁ  ଦୁବାଇରେ ପହଞ୍ଚିଛନ୍ତି ।

ଦେଶ ବାହାରକୁ ଯିବାକୁ ବାରଣ

ବୁଧବାର ଦିନ ନତାଇ ପରବୀଜ ନିଜ ପରିବାରଠୁ ବିଦାୟ ନେଇ ବିମାନବନ୍ଦର ଅଭିମୁଖେ ଯାତ୍ରା କରିଥିଲେ। କିନ୍ତୁ ସେ ସେଠାରେ ପହଞ୍ଚିବା ମାତ୍ରେ ତାଙ୍କର ସବୁ ସ୍ବପ୍ନ ଭାଂଗିଯାଇଥିଲା । ତାଲିବାନ୍ ଅଧିକାରୀ ଆମ ଟିକେଟ୍ ଏବଂ ଷ୍ଟୁଡେଣ୍ଟ  ଭିସା ଦେଖିବା ମାତ୍ରେ କହିଥିଲେ ଯେ ମହିଳା ଛାତ୍ରଙ୍କୁ ଷ୍ଟୁଡେଣ୍ଟ ଭିସାରେ ଆଫଗାନିସ୍ତାନ ଛାଡିବାକୁ ଅନୁମତି ନାହିଁ ।

ବିମାନବନ୍ଦରରୁ ଫେରିଥିବା ଅନ୍ୟ 60 ଜଣ ଆଫଗାନୀ ଝିଅମାନଙ୍କମଧ୍ୟରେ ନତାଇ ମଧ୍ୟ ଅଛନ୍ତି ।

ତାଲିବାନ ସରକର ମହିଳାମାନଙ୍କୁ ଏକୁଟିଆ ଯାତ୍ରା କରିବାକୁ ବାରଣ କରିଛି। ସେମାନେ କେବଳ ସ୍ୱାମୀ କିମ୍ବା ଭାଇ, ମାମୁଁ କିମ୍ବା ବାପାଙ୍କ ପରି ପୁରୁଷ ସମ୍ପର୍କୀୟଙ୍କ ସହିତ ବିଦେଶ ଯାଇପାରନ୍ତି ।  ମହିଳାମାନଙ୍କ ସହିତ ଆସୁଥିବା ଏହି ସମ୍ପର୍କୀୟମାନଙ୍କୁ ‘ମହରମ’ କୁହାଯାଏ ।

ମହରମ ମାନଙ୍କ ସହ ଥାଇ ମଧ୍ୟ ଅନେକ ମହିଳା ବିଦେଶ ଯିବାରୁ ବଞ୍ଚିତ ହେଉଛନ୍ତି । ନତଇ  କହିଛନ୍ତି ଯେ ବିମାନ ଭିତରେ ତିନିଜଣ ମହିଳା ଥିଲେ ଯେଉଁମାନେ ସହ ମହରମ ଥିଲେ କିନ୍ତୁ ତାଲିବାନ ଶାସନର ‘ସଦାଚାର ଓ ଦୁରାଚାର’  ମନ୍ତ୍ରଣାଳୟର ଲୋକମାନେ ସେମାନଙ୍କୁ ବିମାନରୁ ବାହାର କରିଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe