ଆଫଗାନିସ୍ତାନରେ ସ୍ଥିତି ଅସମ୍ଭାଳ : ସାହାଯ୍ୟ ପାଇଁ ଭାରତକୁ ଗୁହାରି, ୟୁଏନଓ ସୁରକ୍ଷା ପରିଷଦରେ ହେବ ସ୍ୱତନ୍ତ୍ର ବୈଠକ

419

କନକ ବ୍ୟୁରୋ: ଆଫଗାନିସ୍ତାନରେ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଗୋଟେପରେ ଗୋଟେ ଇଲାକା ଦଖଲ କରିଚାଲିଛି ତାଲିବାନ୍ । ଏପରି ସ୍ଥିତିରେ ଭାରତକୁ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ମହମ୍ମଦ ହନିଫ ଅତମାର୍ । ଏହି ଘଟଣାକୁ ନେଇ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଜରୁରୀକାଳୀନ ବୈଠକ ଡକାଇବାକୁ ସେ ଭାରତୀୟ ପ୍ରତିପକ୍ଷ ଜୟଶଙ୍କରଙ୍କୁ ଅନୁରୋଧ କରିଛନ୍ତି ।

ଅଫଗାନିସ୍ତାନରେ ଏକାଧିକ ଇଲାକାକୁ ଦଖଲକୁ ନେଇସାରିଲାଣି ତାଲିବାନ୍ ।ସେନାର ଆକ୍ରମଣ ସତ୍ତେ୍ୱ ତାଲିବାନ୍ରେ ହିଂସା ବଢିବାରେ ଲାଗିଛି । ଫଳରେ ସାଧାରଣ ଜନତାଙ୍କ ମାନବିକ ଅଧିକାର କ୍ଷୁୁର୍ଣ୍ଣ ହୋଇଛି । ତେଣୁ ଭାରତ ଏନେଇ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ବୈଠକରେ ଆଲେଚନା କରିବାକୁ ହନିଫ୍ ଅପିଲ କରିଛନ୍ତି । ସୂଚନା ମୁତାବକ, ଚଳିତ ବର୍ଷ ଅଗଷ୍ଟରେ ହେବାକୁ ଥିବା ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ବୈଠକରେ ଭାରତ ଅଧ୍ୟକ୍ଷତା କରିବ । ତେଣୁ ସବୁବେଳେ ସାହାଯ୍ୟ କରିଆସିଥିବା ଭାରତ ଏଭଳି ସ୍ଥିତିରେ ମଧ୍ୟ ଦେଶରେ ଶାନ୍ତି ଫେରାଇଆଣିବା ଦିଗରେ କିଛି ବାଟ କାଢିବ ବୋଲି ଆଶାବାଦୀ ଅଛନ୍ତି ମହମ୍ମଦ ହନିଫ୍ । ଜୟଶଙ୍କର ମଧ୍ୟ ନେଇ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।