କନକ ବ୍ୟୁରୋ : ତାଲିବାନୀ ମାନେ ଅଫଗାନିସ୍ତାନ କବଜା କରିବା ପରେ ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଜୀବନ ବଂଚାଇବାକୁ ନିଜ ନିଜ ରାଜ୍ୟକୁ ଜୀବନ ବିକଳରେ ଫେରିଥିଲେ ଲୋକେ । ଗତ ୧୬ ତାରିଖରେ କାବୁଲ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା ଛାତିଥରା ଦୃଶ୍ୟ । ତାଲିବାନ ଭୟରେ ଲୋକାରୋଣ୍ୟ ହୋଇଯାଇଥିଲା ଏହି ବିମାନବନ୍ଦର । ସାରା ବିଶ୍ୱ ଦେଖିଥିଲା କେମିତି ଆମେରିକୀୟ ବିମାନରେ ଲୋକେ ଯାତ୍ରା କରିଥିଲେ ।
ବିମାନରେ ଓହଳି ଲୋକମାନେ ଯାତ୍ରା କରିଥିବା ଦେଖାଯାଇଥିଲା । ଯିଏ ଯେଉଁଠି ପାରିଲା ରହିଯାଇଥିଲା । ଏହାରି ଭିତରେ ଆଫଗାନର ୧୯ ବର୍ଷରୁ କମ୍ ଜାତୀୟ ଫୁଟବଲ ଦଳର ଖେଳାଳି ଜ୍ୟାକି ଅନୱାରୀ ମଧ୍ୟ ସାମିଲ ଥିଲେ । ଜ୍ୟାକି ମଧ୍ୟ ଚକାକୁ ଭରଷା କରି ରହିଯାଇଥିଲେ ହେଲେ ବିମାନଟି ଉପରକୁ ଉଠିବାକୁ ଲାଗିଲା ଏବଂ ଉଚ୍ଚକୁ ଗଲା ବେଳେ ୨ଜଣ ଯାତ୍ରୀ ବିମାନରୁ ଖସି ପଡିଥିଲେ । ୨ଜଣଙ୍କ ମଧ୍ୟରେ ଜ୍ୟାକି ରହିଥିଲେ । ଜ୍ୟାକିଙ୍କ ମୃତ୍ୟୁ ଖବର ପ୍ରଥମେ ଆଫଗାନିସ୍ଥାନ ପୁଟବଲ ଟିମ୍ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/13-22.jpg)