ଆଫଗାନିସ୍ତାନର ପୂର୍ବ ଉପରାଷ୍ଟ୍ରପତି ତାଲିବାନ ବିରୋଧରେ ଯୁଦ୍ଧ ପାଇଁ ଦେଲେ ରଣ ହୁଙ୍କାର । କହିଲେ, କେବେ ବି ତାଲିବାନ ଆଗରେ ନୁଆଁଇବେ ନାହିଁ ମୁଣ୍ଡ

Advertisment
ଆଫଗାନିସ୍ତାନର ପୂର୍ବ ଉପରାଷ୍ଟ୍ରପତି ତାଲିବାନ ବିରୋଧରେ ଯୁଦ୍ଧ ପାଇଁ ଦେଲେ ରଣ ହୁଙ୍କାର । କହିଲେ, କେବେ ବି ତାଲିବାନ ଆଗରେ ନୁଆଁଇବେ ନାହିଁ ମୁଣ୍ଡ

କନକ ବ୍ୟୁରୋ : ଆଫଗାନିସ୍ତାନକୁ ଚାରିପଟୁ ଦଖଲ କରିସାରିଛି ତାଲିବାନ । ଏବେ ତାଲିବାନ ସେଠାରେ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଆଫଗାନିସ୍ତାନର ପୂର୍ବତନ ଉପ ରାଷ୍ଟ୍ରପତିଙ୍କ ବୟାନ ପୁଣି ଯୁଦ୍ଧ ଆଶଂକା ସୃଷ୍ଟି କରିଛି । ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲାହା ସାଲେହ କହିଛନ୍ତି କି ସରକାର ଦୁର୍ବଳ ହୋଇପଡିବା କାରଣରୁ ତାଲିବାନୀମାନେ ଦେଶକୁ ଦଖଲ କରିଛନ୍ତି ସତ କିନ୍ତୁ ସେ କେବେ ତାଲିବାନ ଆଗରେ ମୁଣ୍ଡ ନୁଆଁଇବେ ନାହିଁ । କାବୁଲର ପୂର୍ବାଞ୍ଚଳରେ ଥିବା ପଞ୍ଜଶୀର ଘାଟି ଆଡେ ପଳାଇ ଯାଇ ସାଲେହ ଅଣ୍ଡରଗ୍ରାଉଣ୍ଡ ହେବା ପୂର୍ବରୁ ଟ୍ୱିଟ୍ କରି କହିଛନ୍ତି କି “ମୁଁ ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ ନିରାଶ ହେବାକୁ ଦେବି ନାହିଁ କି ତାଲିବାନ ସହିତ କେବେ ବି ରହିବି ନାହିଁ ।”

ଗୋଟିଏ ଦିନ ପୂର୍ବରୁ ଅମରୁଲ୍ଲାହାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ ତାଙ୍କର ପୂର୍ବର ସୁରକ୍ଷାକର୍ମୀ ତଥା ତାଲିବାନ ବିରୋଧୀ ଯୋଦ୍ଧା ଅହମ୍ମଦ ଶାହା ମସୁଦର ପୁଅ ସହ ପଞ୍ଜରୀଶରେ ଥିଲେ । ଏହି ଅଞ୍ଚଳ ହିନ୍ଦୁକୁଷ ପାହାଡ ନିକଟରେ ରହିଛି । ସେଠାରେ ସାଲେହ ଓ ମସୁଦଙ୍କ ପୁଅ ସେଠାରେ ମିଲିସିଆ ଫୋର୍ସକୁ ପରିଚାଳନା କରୁଛନ୍ତି । ସେଠାରେ ସେମାନେ ତାଲିବାନ ସହ ଯୁଦ୍ଧ କରିବାକୁ ଏକତ୍ରିତ ହେଉଥିବା ଦେଖିବାକୁ ମିଳିଛି ।

କହିରଖୁ କି ପ୍ରାକୃତିକ ସୁରକ୍ଷା ପାଇଁ ପ୍ରସିଦ୍ଧ ପଞ୍ଜଶିର ଉପତ୍ୟାକା ୧୯୯୦ ଗୃହଯୁଦ୍ଧରେ ତାଲିବାନର ଅଂଶ ଅଧିନରେ ଆସିନଥିଲା । ନାମ ଗୋପନ ରଖିବା ସର୍ତ୍ତରେ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି କି “ଆମେ ତାଲିବାନକୁ ପଞ୍ଜଶିରରେ ପ୍ରବେଶ କରିବାକୁ ଅନୁମତି ଦେବୁ ନାହିଁ, ଆମେ ଏହାକୁ ବିରୋଧ କରିବା ସହ ଆମର ସମସ୍ତ ଶକ୍ତି ସହ ତାଲିବାନ ବିରୋଧରେ ଲଢେଇ କରିବୁ, ଏହି ଲଢେଇ ଏକ ପ୍ରକାର ତାଲିବାନ ବିରୁଦ୍ଧରେ ସାଲେହଙ୍କ ଦୀର୍ଘ ସଂଘର୍ଷ ମଧ୍ୟରୁ ଗୋଟିଏ ହେବ । ”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe