ବିସ୍ଫୋରଣରେ ଗୋଡ଼ ହରାଇବା ପରେ ଶିଶୁକୁ ମିଳିଲା କୁତ୍ରିମ ଗୋଡ ! ଖୁସିରେ ନାଚି ଉଠିଲା ଶିଶୁ ,ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ

86

ଯୁଦ୍ଧ ସରକାର , ସୈନ୍ୟ ତଥା ରାଜନୈତିକ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ହୋଇଥାଏ । କିନ୍ତୁ ଏହି ଯୁଦ୍ଧର ପ୍ରଭାବ ଛୋଟପିଲାଙ୍କ ଉପରେ ଅଧିକ ପଡିଥାଏ । ଯୁଦ୍ଧରେ କେତେ ସଂଖ୍ୟକ ଜୀବନ ତଥା ସଂପତ୍ତି ନଷ୍ଟ ହେଲା ତାହା ଯୁଦ୍ଧରେ ମୃତ୍ୟୁବରଣ କରିଥିବା ପିଲାଙ୍କ ସଂଖ୍ୟାକୁ ଦେଖି କରାଯାଏ । ତେବେ ଆଫଗାନିସ୍ତାନରେ ଏହାର ଆକଳନ କରିବା ଅତ୍ୟନ୍ତ ନୈରାଶଜନକ ।

ଉନାମାର ଏକ ଆକଳନ ଅନୁସାରେ ଆଫଗାନିସ୍ତାନରେ ଚାଲିଥିବା ଏକ ସଂଘର୍ଷରେ ୨୦୧୮ ରେ ଏକ ସ୍ଥାନରେ ୯୨୭ ଆଫଗାନ୍ ଛୁଆ ମରିଥିଲେ । ୨୦୨୮ ରେ ଆଫଗାନିସ୍ତାନରେ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ୩.୦୬୨ ଏବଂ ୨୦୧୭ ରେ ୩୧୭୯ ହୋଇଥିଲା । ୨୦ ବର୍ଷରୁ ଚାଲିଥିବା ଏହି ଯୁଦ୍ଧ ବିଭୀଷିକାରେ ହଜାରରୁ ଅଧିକ ଶିଶୁ ଜୀବନ ହାରିଲେଣି । କିନ୍ତୁ ନିକଟରେ ଏଠାକାର ଏକ ଭିଡିଓ ଭାଇରାଲ୍ ହୋଇଛି ଯେଉଁଥିରେ ଏକ ଛୋଟ ପିଲା ଖୁସିରେ ନାଚୁଥିବାର ନଜର ଆସୁଛି ।

ସୋସିଆଲ୍ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ୍ ହେଉଛି ଯେଉଁଥିରେ ପିଲାଟି କ୍ରୁତିମ ଗୋଡ଼ ଲାଗିବା ପରେ ଖୁସିରେ ନାଚି ଉଠୁଛି । ସୋସିଆଲ୍ ମିଡିଆରେ ଏହି ଭିଡିଓ ପୋଷ୍ଟ ହେବା ପରେ ଏହା ଭାଇରାଲ୍ ହେବାକୁ ଲାଗିଛି ।