ସୁରକ୍ଷିତ ଅଛନ୍ତି କାବୁଲ ବିମାନବନ୍ଦରରୁ ଉଦ୍ଧାର ହୋଇଥିବା ଶିଶୁ : ନିଜ ପିଲା ପରି ଚିକିତ୍ସା କଲେ ଆମେରିକା ସାମୁଦ୍ରିକ ସୁରକ୍ଷା ଅଧିକାରୀ

 ସୁସ୍ଥ ହେବା ପରେ ପରିବାରକୁ ଫେରାଇ ଦିଆଯାଇଥିବା ସୂଚନା; ମାଆମାନେ ସୁରକ୍ଷାକର୍ମୀଙ୍କୁ ଛୁଆ ବଢ଼ାଇ ଦେଉଥିବାର ଭିଡିଓ ହୋଇଥିଲା ଭାଇରାଲ

174

କନକ ବ୍ୟୁରୋ : ସୁରକ୍ଷିତ ଅଛନ୍ତି କାବୁଲ ଏୟାରପୋର୍ଟରେ ଥିବା ଛୋଟ ପିଲା । ବାପା ମାଆଙ୍କ ସହ ସେମାନେ ଏୟାରପୋର୍ଟରୁ ସୁରକ୍ଷିତ ଫେରିଛନ୍ତି  । ଆମେରିକା ସାମୁଦ୍ରିକ ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ ଏୟାରପୋର୍ଟରେ ଚିକିତ୍ସା ପରେ ପିଲାଙ୍କୁ ସେମାନଙ୍କ ବାପା ମାଆଙ୍କୁ ହସ୍ତାନ୍ତର କରାଯାଇଛି । ବାପା ମାଆ ପିଲାଙ୍କୁ ସେନାବାହିନୀଙ୍କୁ ଦେବାର ଚିତ୍ର ସାମ୍ନାକୁ ଆସିଥିଲା ।

କାବୁଲ ଏୟାରପୋର୍ଟ ବାହାରେ ପିଲା ଛୁଆଙ୍କୁ ଧରି ଏକାଠି ହୋଇଥିଲେ ହଜାର ହଜାର ଲୋକ । ନିଜର ଶିଶୁକୁ ତାରବାଡ ପାର କରିବା ପାଇଁ ଚେଷ୍ଟା କରିଥିଲେ  । ତାରବାଡ ଆରପଟେ ଥିବା ଆମେରିକା ସେନା ପିଲାମାନଙ୍କୁ ଏୟାରପୋର୍ଟ ଭିତରକୁ ନେଇଥିଲେ  । ଏବେ ଏହାର ଭିଡିଓ ସାମ୍ନାକୁ ଆସିଛି । ତାର ବାଡ ଆରପଟେ ରହିଛନ୍ତି ଆମେରିକା ସୈନିକ । ଏୟାରପୋର୍ଟ ବାହାରେ ଥିବା ପିଲାମାନଙ୍କୁ ସୁୁରକ୍ଷିତ ଭାବେ ବିମାନ ବନ୍ଦର ଭିତରକୁ ନିଆଯାଇଥିଲା  । ପିଲାମାନେ ଅସୁସ୍ଥ ଥିବା ନେଇ ତାଙ୍କ ବାପା ମାଆ ଆମେରିକା ସାମୁଦ୍ରିକ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ  । ଏହା ପରେ ବିମାନ ବନ୍ଦରରେ ଆମେରିକା ସେନା ପକ୍ଷରୁ ପିଲାମାନଙ୍କୁ ବିଶେଷ ଯତ୍ନ ନିଆଯାଇଥିଲା  ।

ମହିଳା ଅଧିକାରୀମାନେ ନିଜ ପିଲାଙ୍କ ପରି ସେମାନଙ୍କ ଯତ୍ନ ନେଇଥିଲେ  । ଛୋଟ ପିଲାଙ୍କୁ ମାଆ ପରି କୋଳରେ ଧରି ସୁଆଇ ଦେଇଥିଲେ  । ପିଲାଙ୍କୁ ପାଣି ପିଇବାକୁ ଦେଇଥିଲେ  । କେବଳ ମହିଳା ଅଧିକାରୀ ନୁହଁ ପୁରୁଷ ଅଧିକାରୀମାନେ ମଧ୍ୟ ଆଫଗାନସ୍ତାନର ଏହି ପିଲାଙ୍କର ବିଶେଷ ଯତ୍ନ ନେଇଥିଲେ  । ତାଲିବାନ କାବୁଲ କବଜା କରିବା ପରେ ବାପା ମାଆ ନିଜ ପିଲାଙ୍କୁ ଏୟାରପୋର୍ଟରେ ଥିବା ସେନାକୁ ହସ୍ତାନ୍ତର କରିଦେଇଥିଲେ  । ଏବେ ସୁରକ୍ଷିତ ଥିବା ନିଜ ପିଲାଙ୍କୁ ଏୟାରପୋର୍ଟରୁ ଆଣିଛନ୍ତି ବାପା ମାଆ  ।