ଶେଷ ମ୍ୟାଚ ଖେଳିସାରିବା ପରେ କାନ୍ଦି ପକାଇଲେ ଆଫଗାନ କ୍ରିକେଟର, ପାକିସ୍ତାନଠୁ ହାରିବା ପରେ ନେଲେ ଏହି ନିଷ୍ପତ୍ତି…

272

କନକ ବ୍ୟୁରୋ: ଆଫଗାନିସ୍ତାନର ପୂର୍ବ ଅଧିନାୟକ ଅସଗର ଅଫଗାନ ଆଜି ନାମ୍ବିଆ ବିପକ୍ଷରେ ନିଜର ଶେଷ ମ୍ୟାଚ ଖେଳିଛନ୍ତି । ଏହି ମ୍ୟାଚରେ ନାମ୍ବିଆ ଓ ଆଫଗାନିସ୍ତାନ ଖେଳାଳି ତାଙ୍କୁ ଗାର୍ଡ ଅଫ ଅନର ଦେଇଥିଲେ । ଏହି ମ୍ୟାଚରେ ଅସଗର ୨୩ ବଲରେ ୩୧ ରନ କରିଥିଲେ । ନାମ୍ବିଆର ରୁବିନ ଟ୍ରମ୍ପଲେମନ ଅସଗରଙ୍କୁ ଆଉଟ କରିଥିଲେ । ଆଉଟ କରିବା ପରେ ଟ୍ରମ୍ପଲେମନ ତାଙ୍କୁ ସମ୍ମାନ ଦେବାକୁ ଯାଇ ଉତ୍ସବ ମନାଇନଥିଲେ ।

ନିଜ ଶେଷ ମ୍ୟାଚ ଖେଳିବା ପରେ ଅସଗର କହିଛନ୍ତି, ମୁଁ ଏବେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହୁଁଛି । ଯୁବ ଖେଳାଳିଙ୍କୁ ଆଗକୁ ଆସିବାର ଏହା ହେଉଛି ସଠିକ ସମୟ । ଅନେକ ଲୋକ ଟୁର୍ଣ୍ଣାମେଣ୍ଟ ଶେଷ ଯାଏଁ ଖେଳ ଜାରି ରଖିବାକୁ କହିଥିଲେ ହେଲେ ପାକିସ୍ତାନଠୁ ହାରିବା ପରେ ମୁଁ ଏହି ନିଷ୍ପତ୍ତି ନେଇଛି । ଏହା ସମୟ ମୋ ପାଇଁ ବହୁତ କଠିନ ।

ଏହି ଡାହଣ ହାତୀ ବ୍ୟାଟ୍ସମ୍ୟାନ ଆଫଗାନିସ୍ତାନ ପାଇଁ ୬ ଟେଷ୍ଟ, ୧୧୪ ଦିନିକିଆ, ୭୫ ଟି-୨୦ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ କ୍ରମଶଃ ୪୪୦, ୨୪୨୪ ଓ ୧୩୮୨ ରନ କରିଛନ୍ତି । ଏହାସହ ୨ଟି ଶତକ ଓ ୧୯ ଅର୍ଦ୍ଧଶତକ ଏଥିରେ ସାମିଲ ଅଛି ।