ଆତଙ୍କୀଙ୍କ ଆଡ୍ଡାସ୍ଥଳ ପାଲଟିବାକୁ ଯାଉଛି ଆଫଗାନିସ୍ତାନ, ଫେରିଲା ଲାଡେନର ସହଯୋଗୀ ଅମିନ-ଉଲ-ହକ

243

କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଏବେ ଆଫଗାନିସ୍ତାନକୁ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳ ବନାଇବାକୁ ଯାଉଛି ତାଲିବାନ । ଆଫଗାନରେ ତାଲିବାନୀମାନେ ସରକାର ଗଠନ କରିବା ପରେ ତାଲିବାନ ଜେଲରେ ବନ୍ଦୀଥିବା କଏଦୀମାନଙ୍କୁ ତାଲିବାନ ପକ୍ଷରୁ ବାହାରକୁ ଛାଡି ଦିଆଯାଉଛି । ଫଳରେ ଜେଲରୁ ବାହାରୁଥିବା ବଡ ବଡ ଆତଙ୍କବାଦୀମାନେ ଆଫଗାନିସ୍ତାନରେ ନିଜ ଆଡ୍ଡା ଜମାଇବାକୁ ଆସୁଛନ୍ତି । ଏହି କ୍ରମରେ ଆଫଗାନିସ୍ତାନ ଅଲ-କାଏଦାର ପ୍ରମୁଖ ନେତା ତଥା କୁଖ୍ୟାତ ଆତଙ୍କବାଦୀ ଓସମାବିନ ଲାଡେନର ପ୍ରମୁଖ ସହଯୋଗୀ ଅମିନ-ଉଲ-ହକ ଏବେ ଆଫଗାନର ନାଙ୍ଗରହାର ପ୍ରଦେଶକୁ ଫେରିଥିବା ଜଣାପଡିଛି ।

କହିରଖୁ କି ୨୦୧୧ ରେ ପାକିସ୍ତାନର ଆବୋଟାବାଦରେ ଆମେରିକା ସୈନ୍ୟବାହିନୀ ଦ୍ୱାରା ନିହତ ହୋଇଥିବା ଅଲ-କାଏଦାର ମୁଖ୍ୟ ଓସମାବିନ ଲାଡେନର ପ୍ରମୁଖ ସହଯୋଗୀ ଥିଲା ଅମିନ-ଉଲ-ହକ । ସେ ଟୋରା ବୋରାରେ ଲାଡେନର ସୁରକ୍ଷା ଦାୟିତ୍ୱରେ ଥିଲା । ୮୦ ଦଶକରେ ସେ ମକତବା ଅଖିଦମତରେ ଅବଦୁଲ୍ଲା ଅଜ୍ଜମଙ୍କ କାମ କରିବା ବେଳେ ଓସମାବିନ ଲାଡେନର ନିକଟତର ହୋଇଥିଲା ।

ଅନ୍ୟପଟ ଏତେଦିନ ପରେ ଅମିନ -ଉଲ-ହକ ଆଫଗାନିସ୍ତାନ ଫେରୁଥିବା ଖବର ପାଇବା ପରେ ଆଫଗାନବାସୀ ଭୟଭିତ ହୋଇପଡିଛନ୍ତି । ସେମାନେ ଆଶଂକା କରୁଛନ୍ତି କି, ଅମିନ-ଉଲ-ହକ ଆଫଗାନ ଫେରିବା ପରେ ଦେଶରେ ଆହୁରି ହିଂସା ବଢିପାରେ ।