ଏସିଆ କପ୍ ସୁପର ୪ରେ ଆଜି ଧୋନୀଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ! ଟସ୍ ଜିତି ଆଫଗାନିସ୍ତାନର ବ୍ୟାଟିଂ ନିଷ୍ପତ୍ତି ।

Advertisment
ଏସିଆ କପ୍ ସୁପର ୪ରେ ଆଜି ଧୋନୀଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ! ଟସ୍ ଜିତି ଆଫଗାନିସ୍ତାନର ବ୍ୟାଟିଂ ନିଷ୍ପତ୍ତି ।

ଏସିଆ କପର ଫାଇନାଲକୁ ଉଠି ସାରିଥିବା ଭାରତ ମଙ୍ଗଳବାର ନିଜ ଶେଷ ସୁପରଫୋର୍ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିଛି। ସୁପର-୪ ମୁକାବିଲାରେ ଟସ୍ ଜିଣି ଆଫଗାନିସ୍ତାନ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଭାରତ ପ୍ରଥମେ ବୋଲିଂ କରିବ। ଭାରତୀୟ ଦଳରେ କିଛି ପରିବର୍ତ୍ତନ କରାଯାଇଛି। ଅସ୍ଥାୟୀ ଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯିବା ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ପୁଣି ଥରେ ଦଳର ନେତୃତ୍ୱ ନେବା ପାଇଁ ସୁଯୋଗ ମିଳିଛି।

ଉଭୟ ଦଳ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱହୀନ ରହିଛି। ଭାରତ ଫାଇନାଲ୍ ପୂର୍ବରୁ ନିଜକୁ ଲୟରେ ରଖିବାକୁ ଏହି ମ୍ୟାଚରେ ସୁଯୋଗ ପାଇବ। ସେହିଭଳି କିଛି ପ୍ରମୁଖ ଦ୍ରୁତ ବୋଲରଙ୍କୁ ବିଶ୍ରାମ ଦେଇ ଫାଇନାଲ୍ ପୂର୍ବରୁ ସେମାନଙ୍କୁ ସତେଜ ରଖିବ। ଅନ୍ୟପକ୍ଷରେ ଆଫଗାନିସ୍ତାନ କେବଳ ସାନ୍ତ୍ୱନାମୂଳକ ବିଜୟ ଆଶାରେ ରହିବ। ଅଭିଜ୍ଞତା ଅଭାବରୁ ହତଭାଗ୍ୟ ରହିଥିବା ଆଫଗାନିସ୍ତାନର ଲଢ଼ୁଆ ଖେଳ କିନ୍ତୁ ନିରପେକ୍ଷ ପ୍ରଶଂସକଙ୍କ ମନ ଜିତିଛି। ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ବୋଲର ଶେଷ ଓଭରରେ ସ୍ନାୟୁକୁ ନିୟନ୍ତ୍ରଣରେ ରଖି ନ ପାରି ଏବଂ ରବିବାର ରାତିରେ ବାଂଲାଦେଶ ବିପକ୍ଷରେ ମୁସ୍ତାଫିଜୁର ରେହମାନଙ୍କ ଶେଷ ଓଭରରୁ ଆବଶ୍ୟକ ୮ ରନ୍ କରିନପାରି ପରାଜିତ ହୋଇଥିଲା। ଏବେ ଦଳ ଶେଷ ସୁଯୋଗକୁ କିଛି କରିସ୍ମା କରି ଦେଖାଇବାର ଆଶାରେ ରହିବ। ଗ୍ରୁପ୍ ପର‌୍ୟ୍ୟାୟରେ ବାଂଲାଦେଶ ଓ ଶ୍ରୀଲଙ୍କାକୁ ହରାଇଥିବାରୁ ମଙ୍ଗଳବାର ଏହି ଦଳ ଭାରତକୁ ହରାଇଦେଲେ କିଛି ଆଶ୍ଚର‌୍ୟ୍ୟ ହେବାର ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe