ଆଫଗାନିସ୍ଥାନର ସେନା କ୍ୟାଂପରେ ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣ : ୫୦ରୁ ଅଧିକ ଯବାନଙ୍କ ମୃତ୍ୟୁ ସୂଚନା

11

କନକ ବ୍ୟୁରୋ : ଆଫଗାନିସ୍ଥାନର ଏକ ସେନା କ୍ୟାଂପରେ ତାଲିବାନ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏଥିରେ ୫୦ରୁ ଅଧିକ ସୈନିକଙ୍କର ମୃତ୍ୟୁ ଘଟିଛି । ତାଲିବାନ ଆତଙ୍କବାଦୀମାନେ ବାଖ୍ ଅଂଚଳର ଏହି କ୍ୟାଂପ ଉପରେ ଗୁଳିମାଡ କରିଥିଲେ । ସୈ÷ନିକଙ୍କ ପୋଷାକ ପିନ୍ଧି ଆତଙ୍କବାଦୀ ଏହି ଆକ୍ରମଣ କରିଛନ୍ତି । ୬ଜଣ ଆତଙ୍କବାଦୀ ଏହି ଆକ୍ରମଣ କରିଥିଲେ । ଆମେରିକାକୁ ଜବାବ ଦେବାପାଇଁ ଏହି ଆକ୍ରମଣ କରାଯାଇଥିବା ତାଲିବାନ ପକ୍ଷରୁ କୁହାଯାଇଛି ।