ପେଟ୍ରୋଲ ଓ ଡିଜେଲ ଠାରୁ ମଧ୍ୟ କମ୍ ବିମାନ ଇନ୍ଧନର ମୂଲ୍ୟ ! ଜାଣନ୍ତୁ ଲିଟର ପିଛା କାହାର ମୂଲ୍ୟ କେତେ ।

Advertisment
ପେଟ୍ରୋଲ ଓ ଡିଜେଲ ଠାରୁ ମଧ୍ୟ କମ୍ ବିମାନ ଇନ୍ଧନର ମୂଲ୍ୟ ! ଜାଣନ୍ତୁ ଲିଟର ପିଛା କାହାର ମୂଲ୍ୟ କେତେ ।

ପେଟ୍ରୋଲ ଓ ଡିଜେଲ ମୂଲ୍ୟଠାରୁ ବିମାନରେ ବ୍ୟବହାର ହେଉଥିବା ଇନ୍ଧନର ମୂଲ୍ୟ କମ୍ । ପେଟ୍ରୋଲ ଡିଜେଲକୁ ନେଇ ଲୋକମାନେ ଏବେ ନାହିଁନଥିବା ଅସୁବାଧାର ସମ୍ମୁଖୀନ ହେଉଥିବା ବେଳେ ସେପଟେ ବିମାନ ଇନ୍ଧନର ମୂଲ୍ୟ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି । ସାଧାରଣତଃ ପେଟ୍ରୋଲ ଦର ୮୨ ଟଙ୍କା ଏବଂ ଡିଜେଲ ଦର ୭୪ଟଙ୍କା ଥିବା ବେଳେ ବିମାନ ଇନ୍ଧନର ମୂଲ୍ୟ ୭୨ଟଙ୍କା ରହିଛି ।

ସୂଚନା ଅନୁଯାୟୀ, ବିମାନରେ ବ୍ୟବହାର ହେଉଥିବା ଆଭିଏସନ୍ ଟର୍ବାଇନ୍ ଫୁଏଲ୍ (ଏଟିଏଫ୍) ଉପରେ ଉତ୍ପାଦନ ଶୁଳ୍କ ହ୍ରାସ କରାଯିବା ପରେ ଏହାର ମୂଲ୍ୟ ୨.୬ ପ୍ରତିଶତ ହ୍ରାସ ପାଇଛି। ରାସ୍ତା ଉପରେ ଗଡ଼ୁଥିବା ସାଧାରଣ ଅଟୋରିକ୍ସାରେ ବ୍ୟବହାର ହେଉଥିବା ଡିଜେଲ୍ ମୂଲ୍ୟ ଠାରୁ ବିମାନ ଇନ୍ଧନ ଶସ୍ତା ହୋଇଯାଇଛି। ଏହା ଆଶ୍ଚର‌୍ୟ୍ୟ ଲାଗୁଥିଲେ ମଧ୍ୟ ସତ। ଏକ କିଲୋଲିଟର ଏଟିଏଫର ମୂଲ୍ୟ ହେଉଛି ୭୨,୬୦୫ ଟଙ୍କା । ଏଥିରେ ୧୯୦୬୨ ଟଙ୍କାର ହ୍ରାସ ପାଇଛି। କିଲୋଲିଟରକୁ ଯଦି ଲିଟରରେ ଭାଗ କରାଯିବ ତେବେ ଏକ ଲିଟର ଏଟିଏଫର ମୂଲ୍ୟ ହେଉଛି ୭୨ ଟଙ୍କା ୬୦ ପଇସା। ଏହା ପେଟ୍ରୋଲ୍ ଓ ଡିଜେଲ୍ ଲିଟର ପିଛା ଦର ଠାରୁ ବହୁତ କମ୍ ବୋଲି କୁହାଯାଇପାରିବ।

ଜାତୀୟ ସ୍ତରରେ ପେଟ୍ରୋଲର ଲିଟର ପିଛା ଦର ୮୨ ଟଙ୍କାରୁ ଅଧିକ ଓ ଡିଜେଲ୍ ଦର ୭୪ ଟଙ୍କାରୁ ଅଧିକ ସ୍ତରରେ ରହିଛି। ଗତକାଲି କେନ୍ଦ୍ର ସରକାର ଏଟିଏଫ୍ ଉପରେ ଲଗାଯାଇଥିବା ଉତ୍ପାଦନ ଶୁଳ୍କକୁ ୧୪ ପ୍ରତିଶତରୁ ହ୍ରାସ କରି ୧୧ ପ୍ରତିଶତ କରିଥିଲେ। ଇନ୍ଧନ ମୂଲ୍ୟରେ ହୋଇଯିବା ବୃଦ୍ଧିରୁ ବିମାନ କଂପାନିଗୁଡ଼ିକୁ କିଛିଟା ଆଶ୍ବସ୍ତି ପ୍ରଦାନ କରିବା ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। କିଛି ଦିନ ତଳେ ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ମଧ୍ୟ କେନ୍ଦ୍ର ସରକାର ଅଢ଼େଇ ଟଙ୍କାର ଉତ୍ପାଦନ ଶୁଳ୍କ ହ୍ରାସ କରିଥିଲେ। ତେଣୁ ଏବେ ଏଟିଏଫର ମୂଲ୍ୟ ୭୨.୬୦ ପଇସା ଥିବା ବେଳେ ପେଟ୍ରୋଲ ଏବଂ ଡିଜେଲର ଦର ତାଠାରୁ ଅଧିକ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe