ମସ୍କୋରେ ବିମାନ ଦୁର୍ଘଟଣାରେ ଚଲିଗଲା ୪୧ ଜଣଙ୍କ ପ୍ରାଣ

Advertisment
ମସ୍କୋରେ ବିମାନ ଦୁର୍ଘଟଣାରେ ଚଲିଗଲା ୪୧ ଜଣଙ୍କ ପ୍ରାଣ
କନକ ବ୍ୟୁରୋ : ମସ୍କୋର ସେରେମେତ୍ୟେଭୋ ବିମାନବନ୍ଦରେ ଜରୁରୀକାଳୀନ ଅବତରଣ ବେଳେ ବିମାନ ଦୁର୍ଘଟଣା ଘଟି ୨ ଜଣ ଶିଶୁଙ୍କ ସମେତ ୪୧ ଜଣ ପ୍ରାଣ ହରାଇଛନ୍ତି। ସୁଚନା ଅନୁଯାୟୀ, ୫ ପାଇଲଟଙ୍କ ସମେତ ୭୮ ଜଣ ଯାତ୍ରୀଙ୍କୁ ନେଇ ରୁଷିଆ ନିର୍ମିତ ଏରୋଫ୍ଲାଇଟରେ ସୁକୋଇ ସୁପରଜେଟ ୧୦୦ ବିମାନ ରବିବାର ଉଡାଣ ଭରିଥିଲା। ତେବେ କିଛି ସମୟ ପରେ ପାଇଲଟ ବିମାନଟି ସଂକଟରେ ପଡିଥିବା ସୂଚନା ଦେଇଥିଲେ। ଏହାପରେ ବିମାନଟି ସେରେମେତ୍ୟେଭୋ ବିମାନବନ୍ଦରକୁ ଫେରିଆସିଥିଲା। ପ୍ରଥମ ଉଦ୍ୟମରେ ବିମାନଟି ଅବତରଣ କରିପାରିନଥିଲା। ଦ୍ବିତୀୟ ଥର ଏହା ଜରୁରୀକାଳୀନ ଅବତରଣ କରିବାରେ ସଫଳ ହୋଇଥିଲା। ତେବେ ଅବତରଣ ପରେ ବିମାନର ସମ୍ମୁଖ ଭାଗ ତଳେ ପିଟି ହୋଇଯାଇଥିଲା। ଫଳରେ ବିମାନରେ ନିଆଁ ଲାଗିଯାଇଥିଲା। ସୂଚନା ଅନୁଯାୟୀ, ଦୁର୍ଘଟଣା ବେଳେ ବିମାନରେ ଇନ୍ଧନ ଭର୍ତ୍ତି ହୋଇଥିଲା। ଏଥି ଯୋଗୁଁ ଅବତରଣ ପରେ ଦୁର୍ଘଟଣା ଯୋଗୁ ଏହା ଜଳିଯାଇଥିଲା।
publive-imageଏହି ଦୁର୍ଘଟଣାରେ ୨ ଜଣ ଶିଶୁଙ୍କ ସମେତ ୪୧ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ୭୮ ଜଣଙ୍କ ମଧ୍ୟରୁ ୩୭ ଜଣ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ ମଧ୍ୟ ୧୧ ଜଣ ଆହତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ଡିମିତ୍ରି ମତଭେୟାବ ସୂଚନା ଦେଇଛନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଦୁର୍ଘଟଣାର କାରଣ ଏଯାବତ ସ୍ପଷ୍ଟ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe