କନକ ବ୍ୟୁରୋ : ମସ୍କୋର ସେରେମେତ୍ୟେଭୋ ବିମାନବନ୍ଦରେ ଜରୁରୀକାଳୀନ ଅବତରଣ ବେଳେ ବିମାନ ଦୁର୍ଘଟଣା ଘଟି ୨ ଜଣ ଶିଶୁଙ୍କ ସମେତ ୪୧ ଜଣ ପ୍ରାଣ ହରାଇଛନ୍ତି। ସୁଚନା ଅନୁଯାୟୀ, ୫ ପାଇଲଟଙ୍କ ସମେତ ୭୮ ଜଣ ଯାତ୍ରୀଙ୍କୁ ନେଇ ରୁଷିଆ ନିର୍ମିତ ଏରୋଫ୍ଲାଇଟରେ ସୁକୋଇ ସୁପରଜେଟ ୧୦୦ ବିମାନ ରବିବାର ଉଡାଣ ଭରିଥିଲା। ତେବେ କିଛି ସମୟ ପରେ ପାଇଲଟ ବିମାନଟି ସଂକଟରେ ପଡିଥିବା ସୂଚନା ଦେଇଥିଲେ। ଏହାପରେ ବିମାନଟି ସେରେମେତ୍ୟେଭୋ ବିମାନବନ୍ଦରକୁ ଫେରିଆସିଥିଲା। ପ୍ରଥମ ଉଦ୍ୟମରେ ବିମାନଟି ଅବତରଣ କରିପାରିନଥିଲା। ଦ୍ବିତୀୟ ଥର ଏହା ଜରୁରୀକାଳୀନ ଅବତରଣ କରିବାରେ ସଫଳ ହୋଇଥିଲା। ତେବେ ଅବତରଣ ପରେ ବିମାନର ସମ୍ମୁଖ ଭାଗ ତଳେ ପିଟି ହୋଇଯାଇଥିଲା। ଫଳରେ ବିମାନରେ ନିଆଁ ଲାଗିଯାଇଥିଲା। ସୂଚନା ଅନୁଯାୟୀ, ଦୁର୍ଘଟଣା ବେଳେ ବିମାନରେ ଇନ୍ଧନ ଭର୍ତ୍ତି ହୋଇଥିଲା। ଏଥି ଯୋଗୁଁ ଅବତରଣ ପରେ ଦୁର୍ଘଟଣା ଯୋଗୁ ଏହା ଜଳିଯାଇଥିଲା।
ମସ୍କୋରେ ବିମାନ ଦୁର୍ଘଟଣାରେ ଚଲିଗଲା ୪୧ ଜଣଙ୍କ ପ୍ରାଣ
/kanak/media/post_attachments/wp-content/uploads/2019/05/190505-russian-plane.jpg)