ଆଜି ଆକାଶ ମାର୍ଗରୁ ବାଲେଶ୍ୱର ଜିଲ୍ଲାର ବାତ୍ୟା ଅଂଚଳ ପରିଦର୍ଶନ କରିବେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ : ସିମୁଳିଆ, ସୋର, ବାହାନଗାରେ ସ୍ଥିତିର କରିବେ ଅନୁଧ୍ୟାନ

86

କନକ ବ୍ୟୁରୋ : ଆଜି ଆକାଶମାର୍ଗରୁ ବାଲେଶ୍ୱର ଜିଲ୍ଲା ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜିଲ୍ଲାର ସିମୁଳିଆ, ସୋର, ବାହାନଗା ଅଂଚଳର ସ୍ଥିତି ଅନୁଧ୍ୟାନ କରିବେ । ଆକାଶମାର୍ଗରୁ ସ୍ଥିତି ପରଖିବା ପରେ ପୂର୍ବାହ୍ନ ୧୦ଟାରେ ତ୍ରିକୋଣିଆ ଗ୍ରାମପଂଚାୟତ ଅନ୍ତର୍ଗତ ଚାରିଗୋଛିଆ, ସାରଥା ଗ୍ରାମପଂଚାୟତର ମୁହାଣ ଏବଂ ଅନ୍ୟାନ୍ୟ ବାତ୍ୟା ପ୍ରଭାବିତ ଅଂଚଳ ବୁଲିବା ସହ ବିପନ୍ନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଗତକାଲି ଭଦ୍ରକ ଜିଲ୍ଲା ଗସ୍ତ କରି ଆକାଶମାର୍ଗରୁ ବାତ୍ୟା ସ୍ଥିତି ସମୀକ୍ଷା କରିଥିଲେ । ପାରାଦୀପ, ଆଳି,ରାଜନଗର, ବାସୁଦେବପୁର, ଚାନ୍ଦବାଲି ଓ ଧାମରା ଅଂଚଳ ଅନୁଧ୍ୟାନ କରିବା ସହ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିପନ୍ନଙ୍କ ସହ କଥା ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ଏକ ଦୂରଦର୍ଶୀ ବିସ୍ତୃତ ଯୋଜନାର ଆବଶ୍ୟକତା ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱରୋପ କରିଥିଲେ ।