ରିଲିଜ୍ ହେଲା ଅପକମିଙ୍ଗ୍ ଫିଲ୍ମ ଏ ଦିଲ ହୈ ମୁସକିଲର ଟିଜର

ରିଲିଜ୍ ହେଲା ଅପକମିଙ୍ଗ୍ ଫିଲ୍ମ ଏ ଦିଲ ହୈ ମୁସକିଲର ଟିଜର

http://images.indianexpress.com/2016/08/ranbir-aishwarya.jpg?w=820?w=728

ae-dil-hai-mushkilରିଲିଜ ହୋଇଛି ଅପକମିଙ୍ଗ୍ ଫିଲ୍ମ ଏ ଦିଲ ହୈ ମୁସକିଲର ଟିଜର। ଫିଲ୍ମ ମେକର କରଣ ଜୋହର ଟୁଇଟ କରି ଏହି ଭିଡିଓଟିକୁ ସେୟାର କରିଛନ୍ତି । ୧ ମିନିଟ ୩୩ ସେକେଣ୍ଡର ଏହି ଭିଡିଓରେ ପ୍ୟାର, ଦୋସ୍ତି ଓ ବିଚ୍ଛେଦର କାହାଣୀ ସ୍ଥାନପାଇଛି । ଫିଲ୍ମର ଟାଇଟେଲ ସଙ୍ଗର କିଛି ଝଲକ ମଧ୍ୟ ଦେଖିବାକୁ ମିଳିଛି ଏଥିରେ । ଏହି ଫିଲ୍ମ ଜରିଆରେ ଏଶ୍ୱର୍ଯ୍ୟା ଓ ରଣବୀର ପ୍ରଥମ ଥର ପାଇଁ ଏକାସଙ୍ଗେ ନଜର ଆସିବେ ।

ତେବେ ରଣବୀର ଓ ଐଶ୍ୱର୍ଯ୍ୟାଙ୍କ ରୋମାନ୍ସକୁ ନେଇ ପୂର୍ବରୁ ଏନେକ ଚର୍ଚ୍ଚା ସାଉଂଟି ସାରିଛି ଏହି  ଫିଲ୍ମ । ଏଥିରେ ରଣବୀର କପୁର, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଅନୁଷ୍କା ଶର୍ମା ଓ ଫବାଦ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମଟି ଆସନ୍ତା ଅକ୍ଟୋବର ୨୮ରେ ଆସିବ ସିଲଭର୍ ସ୍କ୍ରିନକୁ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe