କନକ ବ୍ୟୁରୋ : ଆଇନଜୀବୀଙ୍କ ଆନ୍ଦୋଳନରୁ ବିଜେଡି ଲିଗାଲ୍ ସେଲ୍ ଓହରିଯିବା ପରେ ଏହାକୁ ନେଇ ଆଜି ପୁଣି କଟକରେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି । ହାଇକୋର୍ଟ ଅଂଚଳରେ ଆଇନଜୀବୀମାନେ ବାରର ପୂର୍ବତନ ଉପ-ସଭାପତି ଓ ବାର କାଉନସିଲ ଚେୟାରମ୍ୟାନଙ୍କ ସମେତ ବିଜେଡି ଲିଗାଲ୍ ସେଲର ଉପଦେଷ୍ଟାଙ୍କ ଫଟୋକୁ ଜୋତା ଫିଙ୍ଗିବା ସହ ପୋଡାଜଳା କରିଛନ୍ତି । ଆନ୍ଦୋଳନର ଲକ୍ଷ୍ୟଚ୍ୟୁତ ହୋଇଥିବାରୁ ଆସନ୍ତାକାଲି ସ୍ୱାଭାବିକ ଭାବେ କାର୍ଯ୍ୟରେ ଯୋଗଦେବେ ବୋଲି ବିଜେଡି ଆଇନଜୀବୀ ସାମୁଖ୍ୟର ଉପଦେଷ୍ଟା ଅସୀମ ଅମିତାଭ ଦାସ ସୂଚନା ଦେଇଛନ୍ତି ।
ଏନେଇ ବାର କାଉନସିଲ ଅଫ୍ ଇଣ୍ଡିଆକୁ ଜଣାଯାଇଥିବା ସେ କହିଛନ୍ତି । ଅନ୍ୟପଟେ ଓକିଲଙ୍କୁ ପୁଲିସର ମାଡ଼ ଘଟଣା ନେଇ ଦୀର୍ଘ ୨ ମାସ ହେଲା ଆନ୍ଦୋଳନ କରୁଥିବା ହାଇକୋର୍ଟ ଓକିଲ ସଂଘ ନିଜ ଜିଦରେ ଅଟଳ ରହିଛି । ହାଇକୋର୍ଟ ବାର’ର ପରବର୍ତୀ ବୈଠକରେ ଆନ୍ଦୋଳନର କାର୍ଯ୍ୟପନ୍ଥା ନେଇ ଚୂଡାନ୍ତ ନିଷ୍ପତି ନିଆଯିବା କାର୍ଯ୍ୟକ୍ରମ ରହିଛି । ତେବେ ଗତକାଲି ହାଇକୋର୍ଟ ବାର ଆସୋସିଏସନ୍ ଉପସଭାପତି ନିଜ ପଦରୁ ଇସ୍ତଫା ଦେବା ପରେ ଚର୍ଚ୍ଚା ଜୋର ଧରିଥିଲା । ହାଇକୋର୍ଟ ବାର ଆସୋସିଏସନ୍ ଦୁଇ ଫାଳ ହୋଇଯାଇଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/10/vlcsnap-2018-10-28-21h34m02s067-300x169.png)