ନୟାଗଡ ଫତେଗଡ ଥାନା ଅଂଚଳରେ ଆଇନଜୀବୀଙ୍କ ଦାଦାଗିରି । ଯୁବକଙ୍କୁ ଗାଳିଗୁଲଜ ସହ ମାଡ ଅଭିଯୋଗ

ଥାନାରେ ପହଂଚିଲା ମାମଲା

270

କନକ ବ୍ୟୁରୋ: ଆଇନଜୀବୀଙ୍କ ଦାଦାଗିରି । ଯୁବକଙ୍କୁ ଗାଳିଗୁଳଜ କରିବା ସହ ମାଡ ମାରିବାରୁ ଆଇନଜୀବୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ନୟାଗଡ ଫତେପୁର ଅଂଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଏ ନେଇ ଯୁବକଙ୍କ ପତ୍ନୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଖବର ଅନୁସାରେ, ଭାପୁର ବ୍ଲକ ଶାଳପଡା ଗାଁର ଆଇନଜୀବୀ ଗଙ୍ଗାଧର ପଣ୍ଡା, କୁଲାବପାଟଣା ଗାଁର ଅଜୟ ପରିଡାଙ୍କଠାରୁ ଲେବର କାର୍ଡ କରାଇଦେବାକୁ କହି ୫ ହଜାର ଟଙ୍କା ନେଇଥିଲେ ।

କିନ୍ତୁ କାମ ନ ହେବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଅଜୟ ପାଉଣା ଫେରାଇବାକୁ କହିଥିଲେ । ଏହାପରେ ଆଇନଜୀବୀ ରାଗିଯାଇ ଅଜୟଙ୍କୁ ମାଡ ମାରିବା ସହ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ମାଡ ମାରିବାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏ ନେଇ ଅଜୟଙ୍କ ସ୍ତ୍ରୀ ମନୀଷା ପରିଡା ଥାନାରେ ଲିଖିତ ଅଭିଯୋଗ କରିବା ସହ ନୟାଗଡ ଜିଲ୍ଲା ଏସପିଙ୍କୁ ଜଣାଇଛନ୍ତି ।