କନକ ବ୍ୟୁରୋ: ବାଲେଶ୍ୱର ତହସିଲ ଅଫିସରେ ଓକିଲ ଏବଂ ତହସିଲ କର୍ମଚାରୀ ମୁହାଁମୁହିଁ । ଆହତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି ଓକିଲ ପ୍ରଦୀପ କୁମାର ଆଚାର୍ଯ୍ୟ । ଏବେ ସେ ଆଇସିୟୁରେ ଭର୍ତି ହୋଇଛନ୍ତି । ଏକ ପୁରୁଣା କେସ ବବାଦରେ ପଚାରି ବୁଝିବାକୁ ତହସିଲ ଅଫିସ ଆସିଥିଲେ ଦୁଇ ଓକିଲ । ଏହି ସମୟରେ ଯୁକ୍ତିତର୍କ ହୋଇଥିଲା । ପରେ ଅଫିସ ଭିତରେ ଚାବି ପକାଇ ଓକିଲଙ୍କୁ ତହସିଲ କର୍ମଚାରୀମାଡ ମାରିଥିବା ସୂଚନା ରହିଛି । ଏବେ ଉଭୟ ପକ୍ଷ ଥାନାରେ ଏତଲା ଦେଇଛନ୍ତି ।
ବାଲେଶ୍ୱର ତହସିଲ ଅଫିସରେ ଓକିଲ ଏବଂ ତହସିଲ କର୍ମଚାରୀ ମୁହାଁମୁହିଁ, ଉଭୟ ପକ୍ଷରୁ ଥାନାରେ ଏତଲା
/kanak/media/post_attachments/wp-content/uploads/2023/05/34-14.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)