କନକ ବ୍ୟୁରୋ : ଭାରତୀୟଙ୍କ ପାଇଁ ଜାରି ହେଲା ଜରୁରୀକାଳୀନ ଆଡଭାଇଜରି । ବୈଦେଶିକ ମନ୍ତ୍ରାଳୟ ଜରୁରୀକାଳୀନ ଆଡଭାଇଜରି ଜାରି କରିଛି । ତତ୍କାଳ ଖାରକିଭ୍ ଛାଡ଼ିବାକୁ କହିଲା ବିଦେଶ ମନ୍ତ୍ରାଳୟ । ଏମଇଏ ପକ୍ଷରୁ କୁହାଯାଇଛି ଯେ, ଅତିଶୀଘ୍ର ଖାରକିଭ୍ ଛାଡ଼ିଦିଅନ୍ତୁ ଭାରତୀୟ । ଖାରକିଭ୍ ଛାଡି ପେସୋଚୀନ୍, ବାବାଏ ପହଞ୍ଚିବାକୁ ଭାରତୀୟଙ୍କ ପାଇଁ ଆଡଭାଇଜରି ଜାରି କରାଯାଇଛି । ବେଜିଲୁଡୋବାକାରେ ଭାରତୀୟ ନାଗରିକଙ୍କୁ ପହଞ୍ଚିବାକୁ କୁହାଯାଇଛି ।