ବିଦେଶରେ ହକି ବିଶ୍ୱକପ୍ ପ୍ରଚାର ! ପର୍ଯ୍ୟଟନର ପ୍ରସାର ପାଇଁ ଅଷ୍ଟ୍ରେଲିଆ ଏବଂ ଜର୍ମାନୀରେ ବସ୍ ବିଜ୍ଞାପନର ସାହାଯ୍ୟ ନେବେ ରାଜ୍ୟ ସରକାର ।

ବିଦେଶରେ ହକି ବିଶ୍ୱକପ୍ ପ୍ରଚାର ! ପର୍ଯ୍ୟଟନର ପ୍ରସାର ପାଇଁ ଅଷ୍ଟ୍ରେଲିଆ ଏବଂ ଜର୍ମାନୀରେ ବସ୍ ବିଜ୍ଞାପନର ସାହାଯ୍ୟ ନେବେ ରାଜ୍ୟ ସରକାର ।

ଦେଶ ଭିତରେ ଭୁବନେଶ୍ୱର ହକି ବିଶ୍ୱକପର ପ୍ରଚାର ଲାଗି ବ୍ୟାପକ ଯୋଜନା ପ୍ରସ୍ତୁତ କରି ସାରିବା ପରେ ବିଦେଶ ମାଟି ଉପରେ ରାଜ୍ୟ ସରକାର ନଜର ପକାଇଛନ୍ତି । ଅଷ୍ଟ୍ରେଲିଆ ଏବଂ ଜର୍ମାନି ଭଳି ଦେଶ, ଯେଉଁଠି ହକି ବେଶ୍ ଲୋକପ୍ରିୟ, ସେଠାରେ ବିଶ୍ୱକପ୍ ସହ ଓଡ଼ିଶା ପର‌୍ୟ୍ୟଟନର ପ୍ରସାର ଭଳି ଯୁଗଳ ଲକ୍ଷ୍ୟକୁ ପୂରଣ କରିବା ଲାଗି ବସ୍ ବିଜ୍ଞାପନର ସହଯୋଗ ନେବାକୁ ନିଷ୍ପତ୍ତି ନିଆଯାଇଛି। ଅଷ୍ଟ୍ରେଲିଆର ସିଡନି ଏବଂ ଜର୍ମାନିର ମ୍ୟୁନିକରେ ଚାଲୁଥିବା ବସରେ ‘ସକାଳେ ଓଡ଼ିଶା, ସଞ୍ଜରେ ହକି’ ବା ‘ଓଡ଼ିଶା ବାଇ ମର୍ନିଂ, ହକି ବାଇ ଇଭିନିଂ’ ଭଳି ସ୍ଲୋଗାନ ଲେଖାଯିବ।

ଏଥିରେ ଓଡ଼ିଶାର ବିଭିନ୍ନ ପର‌୍ୟ୍ୟଟନ ସ୍ଥଳ ଏବଂ ସେଗୁଡ଼ିକର ବିଶେଷତ୍ୱକୁ ଚିତ୍ର ମାଧ୍ୟମରେ ପ୍ରକାଶ କରାଯିବ। ଯାହାଦ୍ୱାରା ବିଶ୍ୱକପ୍ ଏବଂ ଓଡ଼ିଶା ପର‌୍ୟ୍ୟଟନର ପ୍ରଚାର ଓ ପ୍ରସାରର ଯୁଗଳ ଲକ୍ଷ୍ୟ ସାଧନ ହୋଇପାରିବ। ସେହିଭଳି ଅଷ୍ଟ୍ରେଲିଆ ଓ ଜର୍ମାନିର ଅଧିକରୁ ଅଧିକ ହକିପ୍ରେମୀ ବିଶ୍ୱକପ୍ ପାଇଁ ଭୁବନେଶ୍ୱର ଆସିବା ଲାଗି ଆକୃଷ୍ଟ ହେବେ। ସେମାନେ ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲି ଦେଖିବା ଲାଗି ମଧ୍ୟ ଆଗ୍ରହ ପ୍ରକାଶ କରିବେ। ଦିନବେଳେ ବିଦେଶୀ ହକିପ୍ରେମୀ ରାଜଧାନୀ ଭୁବନେଶ୍ୱର ଏବଂ ଏହାର ଆଖାପାଖରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ଦେଖିବା ପରେ ସଂଧ୍ୟାରେ କଳିଙ୍ଗ ଷ୍ଟାଡିୟମ ଯାଇ ପରିବାର ଏବଂ ବନ୍ଧୁ ବର୍ଗଙ୍କ ସହ ନିଜ ଦଳକୁ ଉତ୍ସାହିତ କରି ପାରିବେ।

publive-image

ସିଡନିରେ ଏହି ଅଭିଯାନ ଆସନ୍ତା ୨୪ ତାରିଖ ଏବଂ ମ୍ୟୁନିକରେ ଅକ୍ଟୋବର ପହିଲାରେ ଆରମ୍ଭ ହେବ। ଏଥିନେଇ କ୍ରୀଡ଼ା ସଚିବ ବିଶାଲ ଦେବ କହିଛନ୍ତି ଯେ ନିଜ ବାର୍ତାକୁ ସ୍ଥାନୀୟ ଜନତାଙ୍କ ପାଖରେ ପହଞ୍ଚାଇବାର ଏକ ବଳିଷ୍ଠ ମାଧ୍ୟମ ହେଉଛି ବସ୍ ବିଜ୍ଞାପନ । ଏହା ଦ୍ୱାରା ହକି ପ୍ରଶଂସକ ଭୁବନେଶ୍ୱର ହକି ବିଶ୍ୱକପ୍ ବିଷୟରେ ବହୁତ କିଛି ଜାଣିପାରିବେ। ସେହିଭଳି ଓଡ଼ିଶା ମଧ୍ୟ କ୍ରୀଡ଼ା ଏବଂ ପର‌୍ୟ୍ୟଟନର ପେଣ୍ଠ ସ୍ଥଳ ଭାବେ ବିଶ୍ୱବାସୀଙ୍କ ପାଖରେ ପହଞ୍ଚିପାରିବ। ପୂର୍ବରୁ ମହିଳା ହକି ବିଶ୍ୱକପ୍ ବେଳେ ଇଂଲଣ୍ଡର ଲଣ୍ଡନ ସହରରେ ଏହିଭଳି ଭାବେ ବିଶ୍ୱକପର ପ୍ରଚାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯାହା ବେଶ୍ ଲୋକପ୍ରିୟ ହୋଇଥିଲା। ଦେଶ ଭିତରେ ବିଶ୍ୱକପର ପ୍ରଚାର ଲାଗି ରାଜ୍ୟ ସରକାର ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଭଳି ୬ ମେଟ୍ରୋ ସହର ସହ ଦେଶର ୧୭ ସହରରେ ରୋଡ୍ ସୋ’ କରିବାକୁ ଯୋଜନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe