ମୋଦିଙ୍କ ବିଜ୍ଞାପନରେ ଏହି ଛୋଟ ଭୁଲ, ଯାହାକୁ ସହଜରେ କେହି ଜାଣିପାରିବେନି । କହିପାରିବେ କି ଏଥିରେ କଣ ତ୍ରୁଟି ରହିଛି?

200

ପ୍ରଚାର ଏମିତି ଏକ ଜିନିଷ ଯେଉଁଥିରେ ଲୋକ ଖରାପ ଜିନିଷକୁ ମଧ୍ୟ ଭଲ ଦରରେ ବିକ୍ରି କରିଥାନ୍ତି । ଆଉ ଠିକ ଏହି କାରଣରୁ ଆଜିକାଲି ଦୁନିଆରେ ଲୋକମାନେ ସାମଗ୍ରୀ ଠାରୁ ଅଧିକ ଖର୍ଚ୍ଚ ପ୍ରଚାରରେ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଜ ସରକାରଙ୍କ ପ୍ରଚାର ଜୋରସୋରରେ କରୁଛନ୍ତି । କିନ୍ତୁ ମୋଦିଙ୍କର ଏହି ପ୍ରଚାର ଛପେଇବା ପାଇଁ ଯେଉଁ ଟିମ ରହିଛନ୍ତି ସେଥିରେ କିଛି ତ୍ରୁଟି ରହିଛି । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିଭ୍ୟୁ କରିବା ଉଚିତ । ଏବେ ଆପଣ ଆଜିର ଖବରକାଗଜ ଅର୍ଥାତ ୩୦ ଏପ୍ରିଲ ଖବରକାଗଜର ପ୍ରଥମ ପୃଷ୍ଠାରେ ବାହାରିଥିବା ପ୍ରଚାରଟିକୁ ଦେଖନ୍ତୁ ।

ଏଥିରେ ଆପଣ ବୋଧହୁଏ କିଛି ତ୍ରୁଟି ଜାଣିପାରୁନଥିବେ । ତେବେ ହାଇଲାଇଟ କରାଯାଇଥିବା ସ୍ଥାନକୁ ଦେଖନ୍ତୁ । ଏହା ହେଉଛି ଦିନ ଦୟାଲ ଉପାଧ୍ୟାୟ ଦୀନ ଦୟାଲ ଗ୍ରାମ ଜ୍ୟୋତି ଯୋଜନାର ବିଜ୍ଞାପନ ଅଟେ ।

ତେବେ ଏହାର ଅର୍ଥ ପ୍ରଚାର ପାଇଁ ବହୁଳ ମାତ୍ରାରେ ଟଙ୍କା ଖର୍ଚ୍ଚ କରାଯାଉଛି କିନ୍ତୁ ଏଥି ପ୍ରତି ଦୃଷ୍ଟି ଦିଆଯାଉନାହିଁ । ସେଥିପାଇଁ ଗୋଟିଏ ଫଟୋ ଅନେକ ସ୍ଥାନରେ ନଜର ଆସୁଛି । ଏମିତି ଲାଗୁଛି ଯେମିତି ମୋଦିଙ୍କ ପ୍ରଚାର କରିବା ପାଇଁ ଆଉ ଲୋକ ହିଁ ନାହାନ୍ତି । ତେଣୁ ଗୋଟିଏ ଫଟୋ ସବୁ ପ୍ରଚାରରେ ବ୍ୟବହାର କରାଯାଉଛି ।