ଗୋପାଳପୁରରେ ପର୍ଯ୍ୟଟକ ମାନଙ୍କ ପାଇଁ ହୋଇଛି ଏକ ନିଆରା ପ୍ରୟାସ । ଗୋପଳପୁର ବେଳାଭୂମିକୁ ଲାଗି ହୋଇଥିବା ଏହି ଆଡଭେଞ୍ଚର ପାର୍କ ପର୍ଯ୍ୟଟକଭ୍କ ମନ ମୋହୁଛି । ଥରେ ଏଠାକୁ ଯିଏ ଆସିବ ସିଏ ବାରମ୍ବାର ଅସିବାକୁ ମନ କରିବ ।
ବ୍ରହ୍ମପୁର ଗୋପାଳପୁର ବେଳାଭୂମି ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଆରମ୍ଭ ହୋଇଛି ଅଭିନବ ପ୍ରୟାସ । ଗତ କିଛି ବର୍ଷ ହେବ ଗୋପାଳପୁରକୁ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଥିଲା । ହେଲେ ଏଠାରେ ଆଡଭେଞ୍ଚର ପାର୍କ ହେବା ପରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗୋପାଳପୂର ବେଳାଭୂମିରେ ଥିବା ଶିଶୁ ଉଦ୍ୟାନର କିଛି ଜମିରେ ନିର୍ମାଣ ହୋଇଛି ବିଜୁ ଆଡ଼ଭେନଚର ପାର୍କ । ଏଠାରେ ଥିବା ରୋପ ସ୍ୱିମିଂ ଓ ଜିପ ଲାଇନ ଦ୍ୱାରା ବହୁ ଉଚ୍ଚରୁ ସମୁଦ୍ରର ମଜା ନେଇ ପାରିବେ ପର୍ଯ୍ୟଟକ ।
ଶିଶୁ ଉଦ୍ୟାନ ଭିତରେ ଥିବା କିଛି ଜମିକୁ ମହାରଷ୍ଟ୍ରର ଏକ କମ୍ପାନିକୁ ଲିଜ ଦିଆଯାଇଛି । ସେଠାରେ ସେହି କମ୍ପାନି ନିର୍ମାଣ କରିଛି କ୍ରିକେଟ, ଏୟାରଗନ,ବୋଫାଲ ରାଇଡିଙ୍ଗ, ଡ଼ଲପ୍ ଜମ୍ପିଂ, ରେଷ୍ଟୁରାଣ୍ଟ, ରୋପ୍ ସ୍ୱିମ୍ବିଂ, ଜିପ ଲାଇନ ପ୍ରସ୍ତୁତ ହୋଇଛି । ଏଠାରେ ସ୍ଥାନୀୟ ଅଚଂଳର ପିଲାଙ୍କୁ ମଧ୍ୟ ନିଯୁକ୍ତି ମିଳିପାରିଛି ।
ଏବେ ଗୋପାଳପୁର କିଭଳି ପର୍ଯ୍ୟଟକଙ୍କ ସୁଅ ଛୁଟିବ ଜିଲ୍ଲା ପ୍ରଶାସନ ପକ୍ଷରୁ ସୌନ୍ଦର୍ଯ୍ୟ କରଣ କରାଯାଉଛି ।