ଶରୀର ପାଇଁ ନଡିଆ ପାଣି ଉପକାରୀ : ବଢାଇବ ରୋଗ ପ୍ରତିରୋଧକ ଶକ୍ତି

113

ଆମେ ସାଧାରଣତଃ ନଡିଆକୁ ଗୋଟିଏ ବିଭିନ୍ନ ପୂଜା ବା ଖାଦ୍ୟ ଭାବେ ବ୍ୟବହାର କରିଥାଉ । କିନ୍ତୁ ନଡିଆ ପାଣି ବିଷୟରେ ପ୍ରାୟ ଅନେକ ଲୋକ ଅବଗତ ନଥାନ୍ତି । କିନ୍ତୁ ପଇଡ ପାଣିର ଉପକାରିତା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଏଥିରେ ରୋଗପ୍ରତିରୋଧକ ଶକ୍ତି ପ୍ରଚୁର ପରିମାଣରେ ରହିଛି ।

ନଡ଼ିଆ ପାଣିରେ ଖଣିଜ ଲବଣ ଭରପୂର ହୋଇଥାଏ। ନଡ଼ିଆ ପାଣି ପିଇଲେ ଆମ ଶରୀରକୁ ଶକ୍ତି ମିଳିଥାଏ। ଏହା ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ। ଫଳରେ ଶରୀରରେ କୌଣସି ରୋଗ ହେବାର ଆଶଙ୍କା କମ୍ ହୋଇଥାଏ । ଏହା ଆମ ଶରୀରର ମୋଟାପଣ ସହ ଓଜନ ହ୍ରାସ କରାଇବାରେ ସାହାଯ୍ୟ କରାଇଥାଏ । ବିଶେଷ କରି ସକାଳେ ନଡ଼ିଆ ପାଣି ପିଇଲେ ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ।

ନଡ଼ିଆ ପାଣି ଆମ ଶରୀର ପାଇଁ ହିତକାରକ। ନଡ଼ିଆ ପାଣି ପିଇଲେ ଗଳଗଣ୍ଡ ଭଳି ମାରାତ୍ମକ ରୋଗରୁ ଆମକୁ ଦୂରେଇ ରଖିଥାଏ । ଆମ ଶରୀରରେ କିଡ୍ନୀକୁ ସୁସ୍ଥ ରଖେ ନଡ଼ିଆ ପାଣି। ତା ସହ ୟୁରିନ୍ ଇନଫେକ୍ସନ୍ ଭଳି ମାରାତ୍ମକ ରୋଗ ହେବାର ଭୟନଥାଏ । ଶରୀରର ଶକ୍ତି ବଢାଇବାରେ ନଡିଆ ପାଣି ମଧ୍ୟ ସାହାଯ୍ୟ କରିଥାଏ । କିଛି ଲୋକ ନଡ଼ିଆ ପାଣିରେ ଅଣ୍ଡା ଭିତରେ ଥିବା ଧଳାଅଂଶକୁ ମିଶାଇ ପିଇଥାନ୍ତି। କାରଣ ଅଣ୍ଡାର ଧଳାଅଂଶରେ ଅଧିକ ପ୍ରୋଟିନ୍ ଓ କ୍ୟାଲସିୟମ ଭରପୂର ହୋଇ ରହିଥାଏ। ନଡ଼ିଆ ପାଣିରେ ଖଣିଜ ଲବଣ ପ୍ରଚୁର ଥାଏ। ଏହାକୁ ମିଶାଇ ପିଇଲେ ଆମ ଶରୀରକୁ ଶକ୍ତି ମିଳିଥାଏ। ନଡ଼ିଆ ପାଣି ଆମ ତ୍ୱଚାକୁ ମସୃଣ ରଖିବା ସହ ଉଜ୍ଜଳ ରଖିଥାଏ।