ପୁଣି ଆକାଶରେ ଉଡିବ ଧ୍ରୁବ ବିମାନ, ତିନିଟି ଦୁର୍ଘଟଣା ପରେ ଉଡାଣ ଉପରେ ଲାଗିଥିଲା କଟକଣା।

155

କନକ ବ୍ୟୁରୋ: ସ୍ୱଦେଶୀ ଆଡଭାନ୍ସ ଲାଇଟ୍ ହେଲିକପ୍ଟର ଧ୍ରୁବ ପୁଣିଥରେ ନିଜର ଉଡାଣ ଭରିବ । ବିଶେଷ ମିଶନରେ ଜରୁରୀକାଳୀନ ସ୍ଥିତିରେ ଏହି ହେଲିକପ୍ଟରର ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି । ଗୋଟିଏ ମାସରେ ପୂର୍ବରୁ ସେନା ଏହାର ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଦେଇଥିଲା । ତିନିଟି ସ୍ଥାନରେ ବିମାନ ଦୁର୍ଘଟଣା ହେବା ପରେ ଧ୍ରୁବ ଉପରେ ରୋକ ଲଗାଯାଇଥିଲା । ତେବେ ବୈଷୟିକ କମିଟିର ସବୁଜ ସଙ୍କେତ ପରେ ଏହାର ଉଡାଣକୁ ଅନୁମତି ଦିଆଯିବ ।

ସେନା ପାଖରେ ୧୪୫ଟି ଧ୍ରୁବ ହେଲିକପ୍ଟର ରହିଛି । ଏଥିରୁ ବାୟୁସେନା ପାଖରେ ୭୦ଟି ହେଲିକପ୍ଟର ରହିଛି । ସେହିଭଳି ୧୮ ହେଲିକପ୍ଟର ନୌସେନା ପାଖର ଏବଂ ୨୦ଟି ହେଲି୍କପ୍ଟର ତଟରକ୍ଷୀବାହିନୀ ପାଖରେ ରହିଛି । ଏହି ହେଲିକପ୍ଟରର ଉଡାଣ ପୂର୍ବରୁ ହାଲ ନିକଟରୁ ଏହାକୁ ଅନୁମତି ନେବାକୁ ପଡିବ । ଅନୁମତି ପାଇବା ପରେ ହିଁ ବିମାନ ଉଡାଣ ଭରିପାରିବ । ବୈଷୟିକ ତ୍ରୁଟି ଏବଂ ଅନ୍ୟ ସ୍ଥିତିର ଯାଞ୍ଚ ପରେ ଏହାର ଉଡାଣକୁ ଅନୁମତି ମିଳିବ । ହାଲ ହିଁ ଧ୍ରୁବ ହେଲିକପ୍ଟରର ଡିଜାଇନ ପ୍ରସ୍ତୁତ କରିଛି ।