କନକ ବ୍ୟୁରୋ: ବୟସ୍କଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ । ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁଣିି ଫେରିଛି ମାସ୍କ ଗାଇଡଲାଇନ୍ । ପ୍ରଥମ ଥର ପାଇଁ ଟୁଇଟ କରି ସ୍ୱାସ୍ଥ୍ୟ ବିଭାଗ ମାସ୍କ ପିନ୍ଧିବାକୁ ଅପିଲ କରିଛି । ବିଶେଷ କରି ବୟସ୍କ ମାନେ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ କୁହାଯାଇଛି । ଏପରିକି ଏକାଧିକ ରୋଗରେ ଆକ୍ରାନ୍ତ ଥିବା ବୟସ୍କ ଭିଡ଼ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
ଦେଶରେ କ୍ରମାଗତ କରୋନା ସଂକ୍ରମଣ ବଢ଼ିଚାଲିଛି, କୋଭିଡର ନୂଆ ଭୂତାଣୁ ଯେ ଏନ୍ ଡଟ୍ ୱାନ ପାଇଁ ସଂକ୍ରମଣ ବଢ଼ୁଛି । ତେବେ ଗତ ୨୪ ଘଂଟାରେ ରାଜ୍ୟରେ ଜଣେ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ କରୋନାରେ ସଂକ୍ରମିତ ହୋଇଥିବା ରୋଗୀ ଏବେ ସୁସ୍ଥ ଅଛନ୍ତି ଓ ସେ ଘରେ ରହି ଚିକିତ୍ସିତ ହେଉଛନ୍ତି । ସେହିପରି ଗତ ୨୪ ଘଂଟାରେ ଦେଶରେ ୭୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।