ଏଣିକି ଖାଦ୍ୟସାମଗ୍ରୀରେ ହେଉଥିବା ଅପମିଶ୍ରଣକୁ ନିଜେ କରିପାରିବେ ଚିହ୍ନଟ : ଗବେଷକଙ୍କ ନୂଆ ବୈଷୟିକ କୈାଶଳ କାମକୁ କରିବ ସହଜ

37

କେତେ ଭଲ ହେବ ଆମେ ଯେତେବେଳେ ଜାଣିପାରିବା କି ଆମେ ଖାଉଥିବା ଖାଦ୍ୟ ଶୁଦ୍ଧ ନା ନାହିଁ ? ଅପମିଶ୍ରଣ କରୁଥିବା ଲୋକ ଏମିତି ଭାବେ ଅପମିଶ୍ରଣ କରନ୍ତି ଯେ, ତାକୁ ଧରିବା ମୁସ୍କିଲ ହୋଇପଡେ । କିନ୍ତୁ ବୈଷୟିକ କୈାଶଳ ଏହି କାମକୁ ସହଜ କରିଦେଇଛି । ଆପଣଙ୍କ ପାଇଁ ଖୁସି ଖବର ଯେ, ଆପଣ ନିଜେ ଜାଣିପାରିବେ ଖାଦ୍ୟ ସାମଗ୍ରୀରେ ପ୍ରୟୋଗ ହେଉଥିବା ତେଲ, ହଳଦୀ, ଘିଅ, ମହୁ ଓ ସମସ୍ତ ଜିନିଷରେ ଅପମିଶ୍ରଣ ହୋଇଛି କି ନାହିଁ ।

ଏଥିପାଇଁ ଗବେଷକମାନେ ଏକ ୱେବସାଇଟ୍ ନିର୍ମାଣ କରିଛନ୍ତି ଓ ଧୀରେ ଧୀରେ ଏକ ଆପ୍ ବି ବିକସିତ ହେଉଛି । ଏହା ଅତି ଶୀଘ୍ର ଜନତାଙ୍କ ପାଖରେ ପହଂଚିଯିବ । ଅପମିଶ୍ରିତ କ୍ଷୀର ଚିହ୍ନିବା ପାଇଁ ଏକ ଷ୍ଟ୍ରିପ୍ ଟାଇପ୍ ଟେଷ୍ଟ ବିକସିତ କରିଛନ୍ତି ଓ ସୋରିଷ ତେଲ ପାଇଁ ବି ତିଆରି କରି ସାରିଛନ୍ତି । ଯେଉଁ ଆପରେ କାମ ଚାଲିଛି, କିଛି ପ୍ରୟୋଗ ସେଥିରେ ବି ପକା ହେଇଛି । ଯଦ୍ୱାରା ଆପଣ ସହଜରେ ଠିକ୍ ଭୁଲ୍ ର ଚିହ୍ନଟ କରିପାରିବେ । ଯେମିତି ନାଲି ଲଙ୍କା, ହଳଦୀରେ ହେଉଥିବା ଅପମିଶ୍ରଣକୁ ସହଜରେ ଚିହ୍ନଟ କରାଯାଇପାରିବ ।