ପୁଣି ସାମ୍ନାକୁ ଆସିଲା ଆଉ ଏକ ନକଲି କାରଖାନା : ପାଣ୍ଡବନଗର ଅଂଚଳରେ ନକଲି ହଳଦି ଫ୍ୟାକ୍ଟ୍ରି ଉପରେ ପୋଲିସର ଚଢାଉ;ଅପମିଶ୍ରିତ ସାମଗ୍ରୀ ସହ ବିପୁଳ ପ୍ୟାକିଂ ଜରି ଓ ହଳଦୀ ଜବତ

Advertisment
ପୁଣି ସାମ୍ନାକୁ ଆସିଲା ଆଉ ଏକ ନକଲି କାରଖାନା : ପାଣ୍ଡବନଗର ଅଂଚଳରେ ନକଲି ହଳଦି ଫ୍ୟାକ୍ଟ୍ରି ଉପରେ ପୋଲିସର ଚଢାଉ;ଅପମିଶ୍ରିତ ସାମଗ୍ରୀ ସହ ବିପୁଳ ପ୍ୟାକିଂ ଜରି ଓ ହଳଦୀ ଜବତ

କନକ ବ୍ୟୁରୋ : ଲଗାତାର ରାଜ୍ୟରେ ବଢ଼ିବାର ଲାଗିଛି ନକଲି ସାମଗ୍ରୀର ମାର୍କେଟ । ନକଲି ବ୍ରାଣ୍ଡ ଜିନିଷ ତିଆରି କରିବାର ଚେର କଟକ, ଭୁବନେଶ୍ୱର ଠାରୁ ଆରମ୍ଭ କରି ବ୍ରହ୍ମପୁରରେ ପହଂଚି ସାରିଲାଣି । ବ୍ରହ୍ମପୁର ବଡ଼ ବଜାର ଥାନା ପୋଲିସ ପାଣ୍ଡବ ନଗରରେ ଥିବା ନକଲି ହଳଦି, ଲଙ୍କା ଗୁଣ୍ଡ ପ୍ରସ୍ତୁତ କାରଖାନା ଉପରେ ଚଢ଼ାଉ କରିଛି । ଚଢ଼ାଉ ସମୟରେ ପାଖାପାଖି ୬ଶହ କିଲୋ ଲଙ୍କାଗୁଣ୍ଡ ସହ ୬ଶହ କିଲୋ ହଳଦି ଗୁଣ୍ଡ ଏବଂ ୨ଟି ମେସିନ୍ ଜବତ କରିଛି ପୋଲିସ । ନକଲି ହଳଦି ପ୍ରସ୍ତୁତ କରୁଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe