କନକ ବ୍ୟୁରୋ : ଲଗାତାର ରାଜ୍ୟରେ ବଢ଼ିବାର ଲାଗିଛି ନକଲି ସାମଗ୍ରୀର ମାର୍କେଟ । ନକଲି ବ୍ରାଣ୍ଡ ଜିନିଷ ତିଆରି କରିବାର ଚେର କଟକ, ଭୁବନେଶ୍ୱର ଠାରୁ ଆରମ୍ଭ କରି ବ୍ରହ୍ମପୁରରେ ପହଂଚି ସାରିଲାଣି । ବ୍ରହ୍ମପୁର ବଡ଼ ବଜାର ଥାନା ପୋଲିସ ପାଣ୍ଡବ ନଗରରେ ଥିବା ନକଲି ହଳଦି, ଲଙ୍କା ଗୁଣ୍ଡ ପ୍ରସ୍ତୁତ କାରଖାନା ଉପରେ ଚଢ଼ାଉ କରିଛି । ଚଢ଼ାଉ ସମୟରେ ପାଖାପାଖି ୬ଶହ କିଲୋ ଲଙ୍କାଗୁଣ୍ଡ ସହ ୬ଶହ କିଲୋ ହଳଦି ଗୁଣ୍ଡ ଏବଂ ୨ଟି ମେସିନ୍ ଜବତ କରିଛି ପୋଲିସ । ନକଲି ହଳଦି ପ୍ରସ୍ତୁତ କରୁଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୋଲିସ ।

Advertisment