ଅଧ୍ୟୟନରୁ ହେଲା ଖୁଲାସା । ଲିଭର ଓ କିଡନୀକୁ ଖରାପ କରିପାରେ କ୍ଷୀର ! ଜାଣନ୍ତୁ କେମିତି ?

ଭାରତରେ ବ୍ରିକ୍ରି ହେଉଥିବା ପାଖାପାଖି ୧୦% କ୍ଷୀର ଆମର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।

669

ଯଦି କ୍ଷୀରରେ ଅପମିଶ୍ରଣ ହୋଇଛି, ତେବେ ଏହା ଲିଭର ଓ କିଡନୀକୁ ଖରାପ କରିପାରେ । ଚିକିତ୍ସକଙ୍କ କହିବାନୁସାରେ, ପାଖାପାଖି ୨ ବର୍ଷ ପର୍ଯ୍ୟନ୍ତ ଲଗାତାର ଅପମିଶ୍ରିତ କ୍ଷୀର ପିଇବା ଦ୍ୱାରା ଲୋକଙ୍କ ଅନ୍ତନଳୀ, ଲିଭର କିମ୍ବା କିଡନି ଖରାପ ହେବା ଭଳି ବିପଦଜନକ ରୋଗର ଶିକାର ହୋଇପାରନ୍ତି । ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ କରିଥିବା ଏକ ଅଧ୍ୟୟନରେ ଏହାର ଖୁଲାସା ହୋଇଛି । ଭାରତରେ ବ୍ରିକ୍ରି ହେଉଥିବା ପାଖାପାଖି ୧୦% କ୍ଷୀର ଆମର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହି ୧୦%ରେ ୪୦% ମାତ୍ରା ପ୍ୟାକେଜ୍ କ୍ଷୀରର, ଯାହା ଆମର ନିତିଦିନିଆ ଭୋଜନରେ ବ୍ୟବହାରରେ ଆସେ ।

୧୦% ଦୂଷିତ କ୍ଷୀର ତାହା ଯାହାର ପରିମାଣକୁ ବଢ଼ାଇବା ପାଇଁ ଏଥିରେ ୟୁରିଆ, ଭେଜିଟେବଲ ଅଏଲ, ଗ୍ଲୁକୋଜ୍ କିମ୍ବା ଆମୋନିଆ ସଲଫେଟ୍ ବିନା ମିଶାଯାଏ । ଯାହା ଆମର ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ । ଯଦି କ୍ଷୀରରେ ବ୍ୟାକ୍ଟେରିଆଲ କଣ୍ଟାମିନେସନ୍ ଅଛି, ତେବେ ଆପଣଙ୍କୁ ଫୁଡ୍ ପଏଜନିଙ୍ଗ, ପେଟ ବ୍ୟଥା, ଡାଇରିଆ, ଅନ୍ତନଳୀ ସଂକ୍ରମଣ, ଟାଇଫଏଡ୍, ବାନ୍ତି, ଭଳି ସଂକ୍ରମଣ ହେବାର ଡର ଥାଏ ।

ଅପମିଶ୍ରିତ କ୍ଷୀରରୁ ହୋଇପାରେ ଏହି ଅସୁବିଧା :

• ଅପମିଶ୍ରିତ କ୍ଷୀର ପିଇବା ଦ୍ୱାରା ହାତରେ ଝିମଝିମ୍ କିମ୍ବା ଗଣ୍ଠିରେ ଯନ୍ତ୍ରଣା ହେବା ଆରମ୍ଭ ହୁଏ ।

• ଏହି କ୍ଷୀରକୁ ୨ବର୍ଷ ଧରି ଲଗାତାର ପିଇବା ଦ୍ୱାରା ଆପଣଙ୍କ ଅନ୍ତନଳୀ, ଲିଭର ଓ କିଡନୀ ଖରାପ ହେବା ଭଳି ସାଂଘାତିକ ରୋଗର ଶିକାର ହୋଇପାରନ୍ତି ।

• ଯଦି ଆପଣ ୧୦ବର୍ଷ ଧରି ଏହି କ୍ଷୀର ପିଉଛନ୍ତି, ତେବେ କ୍ୟାନସର ଭଳି ଗମ୍ଭୀର ରୋଗ ହେବାର ସମ୍ଭାବନା ହୋଇପାରେ ।