କନକ ବ୍ୟୁରୋ : ଦେଶର ଆଞ୍ଚଳିକ ରାଜନୈତିକ ଦଳଗୁଡିକ ସୋମାନଙ୍କ ଆୟର ଅଧାରୁ ଅଧିକ ନିର୍ବାଚନୀ ବଣ୍ଡ ଜରିଆରେ ସଂଗ୍ରହ କରିଛନ୍ତି । ଇଲୋକଟୋରାଲ ବଣ୍ଡ ଏବେ ସବୁ ଦଳର ପସନ୍ଦ ହୋଇଛି । ଏଡିଆର ରିପୋର୍ଟରୁ ଏହି ତଥ୍ୟ ମିଳିଛି । ବିଜେଡି ସମେତ ଦେଶର ୪୨ଟି ଆଞ୍ଚଳିକ ଦଳର ମୋଟ ଆୟ ୨୦୧୯-୨୦ ଆର୍ଥିକ ବର୍ଷରେ ୮୭୭.୯୫୭ କୋଟି ରହିଛି । ଏଥିରୁ ୫୦.୯୭ ପ୍ରତିଶତ ବା ୪୪୭, ୪୯୮ କୋଟି ଟଙ୍କା ଏହି ଦଳଗୁଡିକ ନିର୍ବାଚନୀ ବଣ୍ଡ ମାଧ୍ୟମରେ ସଂଗ୍ରହ କରିଛନ୍ତି ।
ଆଞ୍ଚଳିକ ଦଳଗୁଡ଼ିକ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ଆଇଟି ରିଟର୍ନକୁ ନେଇ ନିର୍ବାଚନ ଖର୍ଚ୍ଚ ଉପରେ ନଜର ରଖୁଥିବା “ଇଲେକ୍ସନ ୱାଚ-ଏଡିଆର’’ ପକ୍ଷରୁ ଏହି ହିିସାବ ପ୍ରକାଶ କରାଯାଇଛି । ୪୨ଟି ଆଂଚଳିକ ଦଳ ମଧ୍ୟରେ ବିଜୁ ଜନତା ଦଳ ୨୦୧୯-୨୦ରେ ମୋଟ ୯୦.୩୫ କୋଟି ଟଂକା ଚାନ୍ଦା ପାଇଥିବା ବେଳେ ଏଥିରୁ କେବଳ ନିର୍ବାଚନୀ ବଣ୍ଡ ୫୦.୫୦ କୋଟି ଟଂକା ପାଇଛି । ବିଜେଡି ୨୦୧୮-୧୯ରେ ୨୪୯.୩୧ କୋଟି ଟଙ୍କା ଦାନ ପାଇଥିବା ବେଳେ ୨୦୧୯-୨୦ରେ ଏହା ୯୦.୩୫ କୋଟି ଟଙ୍କାକୁ କମିଯାଇଛି । ତେବେ ୨୦୧୯-୨୦ରେ ବିଜେଡି ଏକ ଆଂଚଳିଳ ଦଳ ଭାବେ ସବୁଠାରୁ ଅଧିକ ୧୮୬.୧୩ କୋଟି ଟଙ୍କା ଖର୍ଚ୍ଚ କରିଥିବା ଦେଖାଯାଇଛି । ଏହାପରେ ଟିଡିପି ୧୦୮.୮୪ କୋଟି ଟଙ୍କା ଖର୍ଚ୍ଚ କରିଛି । ଅନ୍ୟପଟରେ ୨୦୧୯-୨୦ରେ ୭ଟି ଜାତୀୟ ଦଳ ସେମାନଙ୍କ ଆୟର ୬୨ ପ୍ରତିଶତ କେବଳ ଇଲୋକଟୋରାଲ ବଣ୍ଡ ଜରିଆରେ ସଂଗ୍ରହ କରିଥିଲେ । ଏହାର ପରିମାଣ ଥିଲା ୨୯୯୩.୮୨ କୋଟି ଟଙ୍କା ।
୧୪ଟି ଦଳ ହେଉଛି ଟିଆରଏସ୍, ଟିଡିପି, ୱାଇଏସ୍ଆର-ସି, ଡିଏମ୍କେ , ଶିବସେନା , ଆପ, ଜେଡିୟୁ , ସପା, ଜେଡିଏସ୍, ଶିରୋମଣୀ ଅକାଳୀ ଦଳ, ଏଆଇଏଡିଏମ୍କେ, ଆର୍ଜେଡି, ଜେଏମ୍ଏମ୍ । ତେବେ ୨୦୧୯-୨୦ ବର୍ଷରେ ୪୨ ଆଞ୍ଚଳିକ ଦଳର ମୋଟ୍ ରୋଜଗାର ୮୭୭.୯୫୭ କୋଟି । ୭ ରାଜନୈତିକ ଦଳର ମୋଟ୍ ରୋଜଗାରର ୬୨ ପ୍ରତିଶତ ନିର୍ବାଚନୀ ବଣ୍ଡ ଦ୍ବାରା ଆସିଛି। ଟିଆରଏସ୍, ଶିବସେନା, ୱାଇଏସ୍ଆରସି, ଟିଡିପି ଏବଂ ବିଜେଡିର ରୋଜଗାର ଅଧିକ ରହିଛି । ୧୩୦.୪୬ କୋଟି ସହ ଟିଆରଏସ୍ର ରୋଜଗାର ସବୁଠୁ ଅଧିକ। ଟିଆର୍ଏସ ଏହାର ମୋଟ୍ ରୋଜଗାରର ୬୮.୩୪ ପ୍ରତିଶତ ତଥା ପ୍ରାୟ ୮୯.୧୫ କୋଟି ଟଙ୍କା ନିର୍ବାଚନୀ ବଣ୍ଡ୍ ଦ୍ବାରା ସଂଗ୍ରହ କରିଛି । ଟିଆରଏସ୍ ପରେ ଟିଡିପି ନିର୍ବାଚନୀ ବଣ୍ଡ୍ ଦ୍ବାରା ୮୧.୬୦ କୋଟି ସଂଗ୍ରହ କରିଥିବା ଘୋଷଣା କରିଛି । ସେହିପରି ୱାଇଏସ୍ଆର-ସି ନିର୍ବାଚନୀ ବଣ୍ଡ୍ ଦ୍ବାରା ୭୪.୩୫ କୋଟି ଟଙ୍କା ସଂଗ୍ରହ କରିଛି । ଏହାର ୱାଇଏସ୍-ଆରସି ଦଳର ମୋଟ୍ ରୋଜଗାରର ୮୦.୧୭୧ ପ୍ରତିଶତ ।