ବିଜେଡି ଅପେକ୍ଷା ବିଜେପିରେ ଅଛନ୍ତି ଅଧିକ ଦାଗୀ ନେତା । ୩ୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଆସିଲା ଏଡିଆର ରିପୋର୍ଟ ।

Advertisment
ବିଜେଡି ଅପେକ୍ଷା ବିଜେପିରେ ଅଛନ୍ତି ଅଧିକ ଦାଗୀ ନେତା । ୩ୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଆସିଲା ଏଡିଆର ରିପୋର୍ଟ ।

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ୬ଟି ଲୋକସଭା ଆସନ ତଥା ସମ୍ବଲପୁର, କେନ୍ଦୁଝର , ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ସହ ଏହା ଅଧିନସ୍ଥ ୪୨ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୬୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବେଳେ ବିଧାନସଭା ଆସନ ପାଇଁ ୩୫୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି । ତେବେ ନିର୍ବାଚନ ଉପରେ ନଜର ରଖୁଥିବା ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ଏବଂ ନ୍ୟାସନାଲ ଇଲେକ୍ସନ ଓ୍ଵାଚ ୩ୟ ପର୍ଯ୍ୟାୟ ନିର୍ବାଚନରେ ଛିଡା ହୋଇଥିବା ପ୍ରାର୍ଥୀମାନଙ୍କ ସଂପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ ପ୍ରାର୍ଥୀମାନଙ୍କ ଅପରାଧିକ, ଆର୍ଥିକ, ଶିକ୍ଷାଗତ ଆଦି ପୃଷ୍ଠଭୂମି ଉପରେ ବିଶ୍ଳେଷଣ କରାଯାଇଛି ।

publive-image

ପ୍ରକାଶ ପାଇଥିବା ଏଡିଆର ରିପୋର୍ଟରେ ଉଲ୍ଲେଖ ରହିଛି, ତୃତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନ ଲଢୁଥିବା ଓଡିଶାର ୪୨ ବିଧାନସଭାସଭାର ୩୫୪ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ୧୧୯ ଜଣ ଦାଗୀ । ତେବେ ଅପରାଧ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ବିଜେପି । ଏହାର ଅଧା ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା । ଏହି ଦଳର ୪୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ ଜଣ ଅର୍ଥାତ୍ ୭୧%ଙ୍କ ନାଁରେ ରହିଛି ଅଧିକ ଅପରାଧିକ ମାମଲା । ସେହିଭଳି ବିଜେଡିର ୪୨ ଜଣ ପ୍ରାର୍ଥୀରୁ ୨୦ ଜଣ ଅର୍ଥାତ୍ ୪୮%ଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ବେଳେ କଂଗ୍ରେସର ୪୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୯ ଜଣ ଅର୍ଥାତ୍ ୪୬%ଙ୍କ ନାଁରେ ରହିଛି ଅପରାଧିକ ମାମଲା । ଅନ୍ୟପକ୍ଷରେ ତୃତୀୟ ପର୍ଯ୍ୟାୟରେ ୨୭ ପ୍ରତିଶତ ପ୍ରାର୍ଥୀ କୋଟପତି । ଲୋକସଭାରେ ପିନାକୀ ମିଶ୍ର ସବୁଠୁ ଧନୀ ପ୍ରାର୍ଥୀ ହୋଇଥିବା ବେଳେ ବିଧାନସଭାରେ ବବି ମହାନ୍ତି ସବୁଠାରୁ ଧନୀ ପ୍ରାର୍ଥୀ ।

publive-image

ନଜର ପକାନ୍ତୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଲୋକସଭା ପ୍ରାର୍ଥୀ ଥିବା ୩ ଧନୀ ନେତାଙ୍କ ସଂପତି ତାଲିକା ଉପରେ ।

ନେତା                     ଦଳ                   ଆସନ                       ସଂପତି
ପିନାକୀ ମିଶ୍ର            ବିଜେଡି          ପୁରୀ ଲୋକସଭା               ୧୧୭ କୋଟି
ନୀତିଶ ରଙ୍ଗଦେବ     ବିଜେପି          ସମ୍ବଲପୁର ଲୋକସଭା         ୨୬ କୋଟି
କେ.ପି ସିଂଦେଓ        କଂଗ୍ରେସ        ଢ଼େଙ୍ଗାନାଳ ଲୋକସଭା         ୧୫ କୋଟି

publive-image

କେବଳ ସାଂସଦ ପ୍ରାର୍ଥୀ ଥିବା ନେତାଙ୍କ ପାଖରେ ଯେ, ମୋଟା ଅଙ୍କର ସଂପତି ରହିଛି, ତାହା ନୁହେଁ, ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଥିବା ନେତାଙ୍କ ସଂପତି ତାଲିକା ଉପରେ ନଜର ପକାନ୍ତୁ ।

ନେତା                        ଦଳ            ଆସନ                 ସଂପତି
ବବି ମହାନ୍ତି                 କଂଗ୍ରେସ        ବଡ଼ମ୍ବା           ୧୦୬କୋଟି ୩୨ ଲକ୍ଷ
ନିରଞ୍ଜନ ପଟ୍ଟନାୟକ      କଂଗ୍ରେସ        ଘସିପୁରା         ୬୦ କୋଟି ୩୪ ଲକ୍ଷ
ଶ୍ରୀମନ୍ତ ତ୍ରିପାଠୀ            ସ୍ୱାଧୀନ          ଚମ୍ପୁଆ            ୪୬ କୋଟି ୩୮ ଲକ୍ଷ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe