କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ମାତ୍ର ଦୁଇ ଦିନ ବାକି ରହିଥିବା ବେଳେ ସାମ୍ନାକୁ ଆସିଛି ଏଡିଆର ରିପୋର୍ଟ । ତୃତୀୟ ପର୍ଯ୍ୟାୟରେ ଆସନ୍ତା ଏପ୍ରିଲ ୨୩ ତାରିଖରେ ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍ ପଡିବ । ଭୁବନେଶ୍ୱର, ପୁରୀ, କଟକ, କେନ୍ଦୁଝର, ସମ୍ବଲପୁର ଓ ଢେଙ୍କାନାଳରେ ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ନେତାଙ୍କ ସମ୍ପତ୍ତି ନେଇ ତଥ୍ୟ ସାମ୍ନାକୁ ଆସିଛି । ଏହି ୬ଟି ଲୋକସଭା ଆସନରେ ରହିଛନ୍ତି ମୋଟ୍ ୬୧ ଜଣ ପ୍ରାର୍ଥୀ ।
ନିର୍ବାଚନ ପୂର୍ବରୁ ନେତା ଦେଇଥିବା ସତ୍ୟପାଠ ଆଧାରରେ ସ୍ୱେଚ୍ଛାସେବୀ ସଂଗଠନ ଏଡିଆର୍ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରୁ ସାମ୍ନାକୁ ଆସିଛି ନେତାଙ୍କ ସମ୍ପତ୍ତି ତାଲିକା । ଲୋକସଭା ପ୍ରାର୍ଥୀ ହୋଇଥିବା ଓଡ଼ିଶାର କେଉଁ ନେତାଙ୍କ ପାଖରେ କେତେ ସଂପତିର ମାଲିକ । ପ୍ରଥମେ ନଜର ପକାନ୍ତୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଲୋକସଭା ପ୍ରାର୍ଥୀ ଥିବା ୩ ଧନୀ ନେତାଙ୍କ ସଂପତି ତାଲିକା ଉପରେ ।
ନେତା ଦଳ ଆସନ ସଂପତି
ପିନାକୀ ମିଶ୍ର ବିଜେଡି ପୁରୀ ଲୋକସଭା ୧୧୭ କୋଟି
ନୀତିଶ ରଙ୍ଗଦେବ ବିଜେପି ସମ୍ବଲପୁର ଲୋକସଭା ୨୬ କୋଟି
କେ.ପି ସିଂଦେଓ କଂଗ୍ରେସ ଢ଼େଙ୍ଗାନାଳ ଲୋକସଭା ୧୫ କୋଟି
କେବଳ ସାଂସଦ ପ୍ରାର୍ଥୀ ଥିବା ନେତାଙ୍କ ପାଖରେ ଯେ, ମୋଟା ଅଙ୍କର ସଂପତି ରହିଛି, ତାହା ନୁହେଁ, ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଥିବା ନେତାଙ୍କ ସଂପତି ତାଲିକା ଉପରେ ନଜର ପକାନ୍ତୁ ।
ନେତା ଦଳ ଆସନ ସଂପତି
ବବି ମହାନ୍ତି କଂଗ୍ରେସ ବଡ଼ମ୍ବା ୧୦୬କୋଟି ୩୨ ଲକ୍ଷ
ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଘସିପୁରା ୬୦ କୋଟି ୩୪ ଲକ୍ଷ
ଶ୍ରୀମନ୍ତ ତ୍ରିପାଠୀ ସ୍ୱାଧୀନ ଚମ୍ପୁଆ ୪୬ କୋଟି ୩୮ ଲକ୍ଷ
ଉଭୟ ବିଧାନସଭା ଏବଂ ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବା ଏହି କୁବେର ନେତାଙ୍କ ତାଲିକା ଖୁବ୍ ଲମ୍ବା ।
Follow Us