କନକ ବ୍ୟୁରୋ: ଆସିଲା ଏଡିଆର ରିପୋର୍ଟ । ପ୍ରକାଶ ପାଇଲା ଧନୀ ବିଧାୟକଙ୍କ ତାଲିକା । ରିପୋର୍ଟରେ ଆସିଲା କେଉଁ ବିଧାୟକଙ୍କ କେତେ ସମ୍ପତ୍ତି । ଦୀପାଳି ଦାସ ସବୁଠାରୁ ଧନୀ ବିଧାୟିକା । ଝାରସୁଗୁଡା ବିଧାୟିକା ଦୀପାଳିଙ୍କ ସମ୍ପତ୍ତି ୪୦ କୋଟି । ୩୧ କୋଟି ସମ୍ପତ୍ତି ସହ ଦ୍ୱିତୀୟରେ ପାଟଣାଗଡ ବିଧାୟକ ସରୋଜ ମେହେର । ରାୟଗଡ ବିଧାୟକ ମକରନ୍ଦ ମୁଦୁଲିଙ୍କ ସବୁଠୁ କମ ସମ୍ପତ୍ତି । ମକରନ୍ଦଙ୍କ ସମ୍ପତ୍ତି ମାତ୍ର ୧୫ ହଜାର ଟଙ୍କା । ରାଜ୍ୟରେ ୯୫ ଜଣ ବିଧାୟକ କୋଟିପତି ।