ଜାନୁଆରୀ ୨୫ ତାରିଖରେ କେନ୍ଦ୍ର ସରକାର ୨୦୨୦ ବର୍ଷର ପଦ୍ମଶ୍ରୀ ପୁରସ୍କାର ଘୋଷଣା କରିଥିଲେ । ଏହି ତାଲିକାରେ ବଲିଉଡ଼ କଣ୍ଠଶିଳ୍ପୀ ଅଦନାନ ସାମୀଙ୍କ ନାମ ସ୍ଥାନ ପାଇଥିଲେ । ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି । ସାମୀଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯିବା ପ୍ରସଙ୍ଗକୁ ନେଇ ରବିବାର କଂଗ୍ରେସ ପ୍ରବକ୍ତା ତଥା ବରିଷ୍ଠ ନେତା ଜୟବୀର ଶେରଗିଲ ପ୍ରଶ୍ନ କରିବା ସହ କଟାକ୍ଷ ମଧ୍ୟ କରିଛନ୍ତି । କଂଗ୍ରେସ ପ୍ରବକ୍ତା ଜୟବୀର ଶେରଗିଲ ପ୍ରଶ୍ନ କରିଛନ୍ତି ଯେ, କାରଗିଲ ଯୁଦ୍ଧରେ ସାମିଲ ଥିବା ସେନା ସନାଉଲ୍ଲାହଙ୍କୁ ବିଦେଶୀ ଘୋଷଣା କରାଯାଇଥିବା ବେଳେ ସାମୀଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯାଉଛି କିପରି ? ସାମୀଙ୍କ ବାପା ପାକିସ୍ତାନ ବାୟୁସେନାରେ ରହି ଭାରତ ବିରୋଧରେ ଯୁଦ୍ଧ ଲଢିଥିଲେ । ଶେରଗିଲ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ଭାରତୀୟ ସେନାର ସିପାହୀ ଓ ଭାରତ ମାତାର ପୁତ୍ର ମୋହମ୍ମଦ ପାକିସ୍ତାନ ବିରୋଧରେ କାରଗିଲ ଯୁଦ୍ଧ ଲଢିଥିଲେ । ଏନଆରସି ତରଫରୁ ତାଙ୍କୁ ବିଦେଶୀ ଘୋଷଣା କରାଯାଇଛି । କିନ୍ତୁ ପାକିସ୍ତାନ ବାୟୁସେନାରେ ରହି ଭାରତ ବିରୋଧରେ ଯୁଦ୍ଧ ଲଢିଥିବା ସୈନ୍ୟର ପୁଅ ଅଦନାମ ସାମୀକୁ ପଦ୍ମଶ୍ରୀ ପୁରସ୍କାର ଦେବାକୁ ଘୋଷଣା କରାଯାଇଛି । ଏହା କିପରି ସମ୍ଭବ ବୋଲି ଶେରଗିଲ ପ୍ରଶ୍ନ କରିଛନ୍ତି।/kanak/media/post_attachments/wp-content/uploads/2020/01/xxz-300x203.jpg)
ବିଜେପି ସରକାର ଚମଚାଗିରି କରୁଥିବା ଲୋକଙ୍କୁ ପଦ୍ମଶ୍ରୀ ସମ୍ମାନ ଦେଉଛନ୍ତି ବୋଲି କଂଗ୍ରେସ ନେତା ଅଭିଯୋଗ କରିଛନ୍ତି । କିନ୍ତୁ ଅପରପକ୍ଷରେ କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂହ ସାମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟୁଇଟ୍ କରି କହିଛନ୍ତି , ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା କରାଯାଇଥିବା ସମସ୍ତଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ପ୍ରସିଦ୍ଧ ଗାୟକ ଏବଂ ସଙ୍ଗୀତକାର ତଥା ପାକିସ୍ତାନୀ ମୁସଲମାନ ପ୍ରବାସୀ ଅଦନାନ ସାମୀଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳୁଥିବାରୁ ମୁଁ ବହୁତ ଖୁସୀ । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ସାମୀଙ୍କୁ ନାଗରିକତା ପ୍ରଦାନ କରିବା ପାଇଁ ମୁଁ ସରକାରଙ୍କୁ ସୁପାରିଶ କରିଥିଲି । ମୋଦୀ ସରକାର ତାଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିଥିଲେ । ସୂଚନା ମୁତାବକ, ପାକିସ୍ତାନର ମୂଳ ବାସିନ୍ଦା ଅଦନାନ ସାମୀ କିଛି ବର୍ଷ ପୂର୍ବରୁ ଭାରତର ନାଗରିକତା ହାସଲ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/adnan-sami-1580047784.jpg)