ଆଜିଠୁ ମିଳିବ +୨ ଆଡମିଟ୍‌ କାର୍ଡ : ସାମସ ୱେବସାଇଟ୍ ଜରିଆରେ ଆଡମିଟ୍‌ କାର୍ଡ଼ କରିପାରିବେ ଡ଼ାଉନଲୋଡ଼୍

4,071

କନକ ବ୍ୟୁରୋ : ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଆଡମିଟ କାର୍ଡ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । କଲେଜଗୁଡିକୁ ଆଡମିଟ୍ କାର୍ଡ ପଠା ଯାଇଥିବାବେଳେ ଆଜିଠାରୁ ସାମ୍ସ ୱେବସାଇଟ୍ ଜରିଆରେ ଆଡମିଟକାର୍ଡ ଡାଉନଲୋଡ କରିପାରିବେ । ସାମସ ୱେବ୍‌ସାଇଟ୍ ‘https://samsodisha.gov.in/Juniorweb.aspx <https://samsodisha.gov.in/Juniorweb.aspx> ‘ ରୁ ଅନ୍‌ଲାଇନ୍‌ରେ ଆଡମିଟ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ ।

ଯେଉଁମାନେ ଡାଉନ୍‌ଲୋଡ୍‌ କରିପାରିବେ ନାହିଁ; ସେମାନେ କୋଭିଡ-୧୯ ନିୟମ ପାଳନ କରି କଲେଜରୁ ଆଡମିଟ୍‌ କାର୍ଡ ସଂଗ୍ରହ କରିପାରିବେ । ପ୍ରାକ୍ଟିକାଲ ରିପୋର୍ଟ ଦାଖଲ ପୂର୍ବରୁ ସମସ୍ତ ପରୀକ୍ଷାର୍ଥୀ ଯେପରି ଆଡମିଟ୍‌ କାର୍ଡ ପାଇବେ କଲେଜ ଅଧ୍ୟକ୍ଷମାନେ ସେଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ସେହିପରି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ସଂଗ୍ରହ ବେଳେ ନିଜର ପୂର୍ବବର୍ଷ ମାର୍କସିଟ୍‌ ଓ ଆଡମିଟ୍‌ କାର୍ଡ କଲେଜ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ। ଜୁଲାଇ ୭ ସୁଦ୍ଧା ପରୀକ୍ଷାର୍ଥୀ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।