ଗଂଜାମ ପାତ୍ରପୁର ବ୍ଲକର ବର୍ଷା ପ୍ରଭାବିତ ଅଂଚଳ ପରଦର୍ଶନ କଲେ ପ୍ରଶାସନିକ ଅଧିକାରୀ । ସ୍ଥିତି ଅନୁଧ୍ୟାନ କଲେ ଆରଡ଼ିସିଙ୍କ ସମେତ ଉପଜିଲ୍ଲାପାଳ : ବର୍ଷାରେ ଧୋଇ ଯାଇଛି ଅସ୍ଥାୟୀ ରାସ୍ତା

113

କନକ ବ୍ୟୁରୋ : ଗଂଜାମ ପାତ୍ରପୁର ବ୍ଲକର ବର୍ଷା ପ୍ରଭାବିତ ଅଂଚଳ ପରଦର୍ଶନ କଲେ ପ୍ରଶାସନିକ ଅଧିକାରୀ । ବ୍ଲକର କ୍ଷୟକ୍ଷତି ଆକଳନ କରୁଛନ୍ତି ଦକ୍ଷିଣାଂଚଳ ରାଜସ୍ୱ କମିଶନ, ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ତହସିଲଦାର ଓ ବିଡ଼ିଓ । ଲଗାଣ ବର୍ଷାରେ ପାତ୍ରପୁର ବ୍ଲକ୍ ବେହାଲ ହୋଇଛି । ବିଶେଷକରି ବ୍ଳକର ପାହାଡ଼ିଆ ଅଂଚଳରେ ଅଧିକ ପରିମାଣରେ ବର୍ଷା ଫଳରେ ଗାଁ ଗୁଡ଼ିକରେ ଜଳବନ୍ଦୀ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ବାହୁଦାନଦୀ ଅବବାହିକା ତଟବର୍ତୀ ଗାଁ ଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ବଜ୍ରଗୁମା ନିକଟରେ ଏକ ଘାଇ ସୃଷ୍ଟି ହୋଇଥିବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗାଁଲୋକ । ପାତ୍ରପୁର ବ୍ଲକ ଅଂକୁଲା ପଂଚାୟତ ଇଲେଗେଲା ଗାଁରେ ଥିବା ଲୋକମାନେ ଜଳବନ୍ଦୀରୁ ଉଚ୍ଚସ୍ଥାନକୁ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବର୍ଷାର ପରିମାଣ ବଢ଼ିବା ଫଳରେ ବାଘଲଟି ଡ଼୍ୟାମର ୨ଟି ଗେଟ୍ ଖୋଲାଯାଇ ପାଣି ଛଡ଼ା ଯାଇଛି ।

ସେପଟେ ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକର ପଡା ପଂଚାୟତ ବଜ୍ର ଗୁମ୍ମା ଗାଁ ଦେଇ ବହି ଯାଇଥିବା ବହୁଦା ନଦୀର ବନ୍ୟା ଜଳ ଅତଡ଼ା ଖାଉଥିବାରୁ ଗାଁ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ବାଲି ମାଫିଆମାନେ ନଦୀ ଶଯ୍ୟାକୁ ହିଟାଚୀ ମେସିନରେ ବେଧଡକ ଖୋଳି ବେଆଇନ ଭାବେ ଆନ୍ଧ୍ରକୁ ବାଲି ଚୋରା ଚାଲାଣ କରି କୋଟ କୋଟି ଟଙ୍କା ମୁନାଫା ଉଠାଉଛନ୍ତି । ସେପଟେ ନଦୀ ତଟବର୍ତି ୮ଟି ଗାଁ ନଦୀ ଗର୍ଭରେ ଲୀନ ହେବା ଆଶଙ୍କା ଦେଖାଦେଇଛି ।