କନକ ବ୍ୟୁରୋ: ପ୍ରଶାସନ ଲୋକଙ୍କ ପାଖକୁ ଯିବା କେତେ ଜରୁରୀ ଏବଂ ଲୋକଙ୍କ ପାଖକୁ ଗଲେ କଣ ପ୍ରଭାବ ପଡେ, ତାର ୩ଟି ଚିତ୍ର ସାମ୍ନାକୁ ଆସିଛି । ଅପହଂଚ ତଥା ଦୁର୍ଗମ ଅଂଚଳରେ ପଂହଚି ରାୟଗଡା ଜିଲ୍ଲାପାଳ ଲୋକଙ୍କ ଦୁଃଖ ଶୁଣିଛନ୍ତି । କେନ୍ଦ୍ରପଡା ଜିଲ୍ଲାପାଳ ଜଣେ ବୁଲାବିକାଳୀଙ୍କ ଦୁଃଖ ଜାଣିବା ପରେ ସାଇକେଲଟିଏ ଯୋଗାଇଦେଇଛନ୍ତି । ସେହିଭଳି କଟକ ବାଙ୍କୀ ଅଂଚଳରେ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ପଂହଚି ଲୋକଙ୍କ ଦୁଢଖ ଜଣାଇଛନ୍ତି କଂଗ୍ରେସ ନେତା ।

Advertisment

ପ୍ରଶାସନ ଯଦି ଲୋକଙ୍କ ପାଖକୁ ଯିବ, ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ବଢ଼ିବ । ଏକଥାକୁ ହୁଏତ ଠିକ୍ ବୁଝିଛନ୍ତି ରାୟଗଡା ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଜିଲ୍ଲା ମୁଖ୍ୟାଳୟ ହୁଏ, ବ୍ଳକ୍ ମୁଖ୍ୟାଳୟ ହୁଏ । କିନ୍ତୁ ଅଭିଯୋଗ ଶୁଣାଣିକୁ ପଂଚାୟତ କାର୍ଯ୍ୟାଳୟ ଯାଏଁ ପହଂଯାଇ ଦେଇଛନ୍ତି ସ୍ୱଧା ଦେବ ସିଂ ।

ପ୍ରଶାସନ ନିକଟତର ହେବା ଯେତେ ଆବଶ୍ୟକ, ପ୍ରଶାସକ ସମ୍ବେଦନଶୀଳ ହେବା ସେତେ ଜରୁରୀ । ଆଉ ଜଣେ ପ୍ରଶାସକଙ୍କ ଇଏ ହେଉଛି ସମ୍ବେଦନଶୀଳତାର ଚିତ୍ର । ପାମ୍ପଡ଼ ଆଚାର ବ୍ୟବସାୟ କରୁଥିବା ଶ୍ରୀଚନ୍ଦନପୁର ଗାଁର ବୃଦ୍ଧ ବ୍ୟବସାୟୀଙ୍କୁଠାରୁ ପାମ୍ପଡ଼ କିଣି ଖାଇବା ସହ ତାଙ୍କ ଦୁଃଖ-ସୁଖ ମଧ୍ୟ ବୁଝିଛନ୍ତି ।

କେନ୍ଦ୍ରାପଡ଼ାର ଏହି ବୃଦ୍ଧ ବ୍ୟବସାୟୀଙ୍କ ସହ ଆଲୋଚନା ହେବା ପରେ, ଜିଲ୍ଲାପାଳ ଅମ୍ରିତ ରୁତୁରାଜ ତାଙ୍କ ସମସ୍ୟା ଜାଣିବାକୁ ପାଇଥିଲେ । ଗାଁ ଗାଁ ବୁଲି ବ୍ୟବସାୟ କରୁଥିବା ଏହି ବ୍ୟବସାୟୀଙ୍କୁ ସାଇକେଲଟିଏ ଯୋଗାଇ ଦେଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ । ପ୍ରଶାସନ ପାଖକୁ ଲୋକ ଯିବା ବଦଳରେ ପ୍ରଶାସନ ଲୋକଙ୍କ ପାଖକୁ ଆସିଛି । ତାହା ପୁଣି ଅପହଂଚ ତଥା ଦୁର୍ଗମ ଅଂଚଳକୁ । ପାହାଡ ପର୍ବତ ଘେରା ପୁଟାସିଂ ପଂଚାୟତ ଅଫିସରେ ଅଭିଯୋଗ ଶୁଣାଣି ଶିବିର କରିଛନ୍ତି ରାୟଗଡା ଜିଲ୍ଲାପାଳ । ଲାଞ୍ଜିଆ ସୌରା ସମ୍ପ୍ରଦାୟର ଲୋକଙ୍କ ସମସ୍ୟା ବାବଦରେ ଜାଣିବା ପାଇଁ ପଂଚାୟତ ଅଫିସକୁ ଆସିଛନ୍ତି ଜିଲ୍ଲାପାଳ ।

ଏପଟେ କଟକ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗକାରୀ ହୋଇଆସିଥିଲେ ପୂର୍ବତନ ବିଧାୟକ । ସାଧାରଣ ଲୋକଙ୍କ ପରି ଦରଖାସ୍ତଧରି ଧାଡିରେ ଯାଇ ପହଂଚିଲେ ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ । ଜିଲ୍ଲାପାଳଙ୍କ ନିକଟରେ ରଖିଲେ ସାଧାରଣ ଲୋକଙ୍କ ଅଭିଯୋଗ । ପୂର୍ବତନ ବିଧାୟକଙ୍କଠାରୁ ଅଭିଯୋଗ ଶୁଣିବା ପରେ ତୁରନ୍ତ ବିଭାଗୀୟ କର୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ଜିଲ୍ଲାପାଳ । ରାୟଗଡ଼ା ଓ କେନ୍ଦ୍ରାପଡ଼ା ଜିଲ୍ଳାପାଳ କେବଳ ଲୋକଙ୍କ ଦୁଃଖ ଶୁଣିଛନ୍ତି ତାହା ନୁହେଁ, ବରଂ ଜନତାଙ୍କ ପ୍ରତି ସମ୍ବେଦନଶୀଳତା ଦେଖାଇ ଲୋକଙ୍କ ହୃଦୟ ମଧ୍ୟ ଜିଣି ନେଇଛନ୍ତି ।