କଟକଣାକୁ ଖାତିର୍ କରୁନାହାନ୍ତି ଲୋକେ : ପୁଣି ବିବାହରେ ଭୋଜି ଆୟୋଜନ କରିଥିଲେ ଆୟୋଜକ; ୬ ଜଣଙ୍କୁ ଅଟକ ରଖିଲା ପୁଲିସ୍

185

କନକ ବ୍ୟୁରୋ : ଗଂଜାମ ଜିଲ୍ଲା ହିଞ୍ଜିଳି ଥାନା ବଡଖଣ୍ଡି ଓ ଦୁର୍ବନ୍ଧ ଗାଁରେ ଚାଲିଥିବା ବିବାହ ଆୟୋଜନରେ ପ୍ରଶାସନିକ ଅଧିକାରୀଙ୍କ ଚଢାଉ । ଆୟୋଜିତ ହୋଇଥିବା ୨ଟି ବିବାହ ଭୋଜିରେ ପୋଲିସ ପ୍ରଶାସନ ଚଢାଉ କରି ୬ଜଣଙ୍କୁ ଥାନାରେ ଅଟକ ରଖିଛି ।

ବଡଖଣ୍ଡି ଓ ଦୁର୍ବନ୍ଧ ଗାଁରେ ହେଉଥିବା ଏହି ଦୁଇଟି ବିବାହରେ ପ୍ରାୟ ୨ହଜାର ଲୋକଙ୍କ ପାଇଁ ଭୋଜିଭାତ ଆୟୋଜନ କରାଯାଇଥିଲା । ପ୍ରଶାସନିକ ଅଧିକାରୀ ପହଂଚି ରନ୍ଧା ଖାଦ୍ୟ ବାଂଟିଦେବା ସହ ୬ଜଣଙ୍କୁ ଥାନାରେ ଅଟକ ରଖିଛନ୍ତି । ଅନେକ ସଚେତନତା ସତ୍ୱେ ମଧ୍ୟ ଅମାନିଆ ଲୋକେ ସବୁ କୋଭିଡ ନିୟମକୁ ଉଲ୍ଲଙ୍ଘନ କରି ଏପରି ଭୋଜିଭାତର ଆୟୋଜନ କରୁଥିବାର ନାକେଦମ ହେଉଛି ପ୍ରଶାସନ ।