ଶୁଣିଲେନି ନେତା କି ପ୍ରଶାସନ: ନିଜ ହାତରେ ନିଜେ ରାସ୍ତା ତିଆରି କଲେ ମୀର୍ଜାପୁର ୧ନମ୍ବର ୱାର୍ଡବାସୀ

57

କନକ ବ୍ୟୁରୋ: ଗ୍ରାମବାସୀ ଚଳି ପାରିଲେନି । ଶେଷରେ ନିଜ ହାତରେ ନିଜେ ତିଆରି କଲେ ରାସ୍ତା । ନିଜ ନିଜ ଉଦ୍ୟମରେ ଅର୍ଥ ଆଦାୟ କରିବା ସହ ରାସ୍ତା ମରାମତି କରିଛନ୍ତି କଟକ ସାଲେପୁର ମୀର୍ଜାପୁରର ୧ ନମ୍ବର ୱାର୍ଡବାସୀ । ଏହି ୱାର୍ଡରେ ୧୫ରୁ ଅଧିକ ଲୋକ ରହୁଥିବା ବେଳେ ଭଲ ରାସ୍ତାଟିଏ ନାହିଁ । ଏହି ଗୋଟିଏ ମାତ୍ର ରାସ୍ତା ଯାହା ଉପରେ ସମସ୍ତେ ନିର୍ଭର କରିଥାନ୍ତି । ହେଲେ ଏବେ ଦୟନୀୟ ଅବସ୍ଥାରେ ରାସ୍ତ ପଡି ରହିଛି । ବହୁବାର ଏହି ସମସ୍ୟା ନେଇ ଅଭିଯୋଗ ପରେ ଅଭିଯୋଗ ହୋଇଚାଲିଛି । ହେଲେ ଅଭିଯୋଗ ପ୍ରତି କାହାର ଗୁରୁତ୍ୱ ନାହିଁ । ଶେଷରେ ଗାଁରଲୋକ ଏକାଠି ହୋଇ ନିଜସ୍ୱ ଉଦ୍ୟମରେ ରାସ୍ତା ତିଆରିଛନ୍ତି । ତାଙ୍କର ଗୋଟିଏ ଜିଦ୍ ଗାଁକୁ କୌଣସି ନେତା କି ମନ୍ତ୍ରୀକୁ ପୁରାଇ ଦେବୁନି । ଏମିତିକି ଚଳିତଥର ଭୋଯ୍ ବର୍ଜନ କରିବାକୁ ଚେତବାନୀ ଦେଇଛନ୍ତି ଗାଁ ର ଲୋକମାନେ ।