ଚାଷ ଜମିକୁ ଜଳସେଚନ କରିବାରେ ପ୍ରଶାସନ ଫେଲ୍ । କେଉଁଠି କାମ କରୁନି ମଟର ପମ୍ପ, କେଉଁଠି ବିଦ୍ୟୁତ୍ ତାର ଛିଣ୍ଡିବା ଅବସ୍ଥାରେ...

Advertisment
ଚାଷ ଜମିକୁ ଜଳସେଚନ କରିବାରେ ପ୍ରଶାସନ ଫେଲ୍ । କେଉଁଠି କାମ କରୁନି ମଟର ପମ୍ପ, କେଉଁଠି ବିଦ୍ୟୁତ୍ ତାର ଛିଣ୍ଡିବା ଅବସ୍ଥାରେ...

କନକ ବ୍ୟୁରୋ: ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଅନେକ କ୍ଷେତ୍ରରେ ବିକାଶ ଆଗେଇଛି । କିନ୍ତୁ ଚାଷ ଜମିକୁ ଜଳ ସେଚନ କରିବାରେ ବିଫଳ ହୋଇଛି ପ୍ରଶାସନ । ଜଳ ସେଚନ ପାଇଁ ସରକାର ଯେଉଁ ଉଠା ଜଳ ସଚନ ପ୍ରକଳ୍ପ କରିଥିଲେ ତାହା ଫେଲ ମାରିଛି ।

ମାଲକାନଗିରି ଜିଲ୍ଲା ଚିତ୍ରାକୋଣ୍ଡା ବ୍ଲକରେ ଜଳ ସେଚନ ପାଇଁ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ସ୍ଥାନରେ ଉଠା ଜଳସେଚନ ପ୍ରକଳ୍ପ କରାଯାଇଛି । କିନ୍ତୁ ସେ ସବୁ ପ୍ରକଳ୍ପ ଏବେ ଫେଲ ମାରିଥିବା ଅଭିଯୋଗ ହୋଇଛି । କେଉଁଠି ମଟର ପମ୍ପ ଖରାପ ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି, ତ ଆଉ କେଉଁଠି ବିଦ୍ୟୁତ୍ ତାର ସବୁ ଛିଣ୍ଡିବା ଅବସ୍ଥାରେ ରହିଛି । ବଡ କଥା ହେଉଛି, ସ୍ଥାନୀୟ ଲୋକଙ୍କ କହିବା କଥା, ପ୍ରକଳ୍ପ ଆରମ୍ଭରୁ ଆଜି ଯାଏଁ ଜମିରେ ପାଣି ଆସିବା ଦେଖି ନାହାନ୍ତି । ଫଳରେ ଯେଉଁଚାଷୀମାନେ ଗଞ୍ଜେଇ ଚାଷରୁ ମୁହଁ ଫେରାଇ ଅର୍ଥକାରୀ, ଫସଲ ଯେମିତି ଧାନ, ମାଣ୍ଡିଆ, ବିରି, କୋଳଥ ଆଦି ଚାଷ କରିବାକୁ ଲାଗିଥିଲେ, ସେମାନେ ଏବେ ଘରେ ହାତ ବାନ୍ଧ ବସୁଛନ୍ତି ନହେଲେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି ।

ସ୍ୱାଭିମାନ ଅଞ୍ଚଳ ବଡପୋଡ଼ା ପଞ୍ଚାୟତ ମୁତାମ୍ବ ଗ୍ରାମର ଘେନୁ ବଡ଼ନାୟକ । ପେସାରେ ସେ ଜଣେ ପନିପରିବା ଚାଷୀ । ସେ ତାଙ୍କ ଜମିରେ ଟୋମାଟେ,ବାଇଗଣ,କଦଳି,ଲଙ୍କା,ଫୁଲ କୋବି ଆଦି ଚାଷ କରନ୍ତି । କିନ୍ତୁ ଅଂଚଳରେ ଚାଷ ପାଇଁ ପାଣିର ବ୍ୟବସ୍ତା ନଥିବା ଯୋଗୁଁ ମାତ୍ର ଅଳ୍ପ ଜମିରେ ଟଙ୍କା ରୁଣ କରି ଆଣି ନିଜେ ପାଇପ କିଣି ଜମିରେ ପାଣି ମଢ଼ାଇ ଚାଷ କରୁଛନ୍ତି । ଆଉ ଏପଟେ ଉଠା ଜଳସେଚନ ନାମରେ ଜମିରେ ପାଇପ ପୋତିଦେଇ ନିଜ କାମ ସାରି ଦେଇଛନ୍ତି ବଡ ବଡିଆ ବାବୁ ମାନେ ।

ଏହି ବାବଦରେ ଆମେ ଉଠା ଜଳସେଚନ ବିଭାଗର କର୍ମଚାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ସେଠାରୁ କୌାଣସି ଉତ୍ତର ମିଳିନାହିଁ । । ପାପରମେଟଲା ପଞ୍ଚାୟତର ସରପଞ୍ଚଙ୍କ କହିବା ଅନୁଯାୟୀ ସରକାର ସ୍ୱାଭିମାନ ଅଞ୍ଚଳରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ କୌଣସି ବି କାର୍ଯ୍ୟ ସଠିକ ଭାବରେ ହେଉନଥିବା ଦେଖିବାକୁ ମିଳୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe