କନକ ବ୍ୟୁରୋ: ଆଜି ବି ଚାଲିପାରିଲାନି ବିଧାନସଭାର ପ୍ରଶ୍ନକାଳ । ଉଭୟ ଶାସକ ଓ ବିରୋଧ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଶ୍ନକାଳ ଚାଲିପାରିନାହିଁ । ଫଳରେ ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଶ୍ରୀମନ୍ଦିର ଉପରେ ହେଲିକପ୍ଟର ଉଡିବା ଘଟଣାକୁ ନେଇ ବିଜେଡି ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ ।
ଚାରା ଦୁର୍ନୀତିକୁ ନେଇ ବିରୋଧୀ ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିବା ଫଳରେ ଗୃହ ଚାଲିପାରନଥିଲା । ଫଳରେ ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ । ଏହାପରେ ବିଜେଡି ସଦସ୍ୟମାନେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତି ତଳେ ଧାରଣା ଦେଇଛନ୍ତି ।
Follow Us/kanak/media/post_attachments/wp-content/uploads/2018/09/vlcsnap-2018-09-18-11h20m31s820-300x220.png)