କନକ ବ୍ୟୁରୋ : ଦୁଷ୍କର୍ମ ଓ ହତ୍ୟା ପାଇଁ ଫାଶୀ ଦଣ୍ଡାଦେଶ । ଜଗତସିଂହପୁରରେ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଅଭିଯୁକ୍ତକୁୁ ଫାଶୀ ଦଣ୍ଡାଦେଶ ହୋଇଛି । ଜଗତସିଂହପୁର ଏଡିଜେ କୋର୍ଟ ମାମଲାର ଶୁଣାଣି କରି ଅଭିଯୁକ୍ତ କାଳିଆକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ।
୨୦୧୮ ମାର୍ଚ୍ଚ ଏରସମାରେ ୯ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ପୂରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଅଭିଯୁକ୍ତ କାଳିଆ ନାବାଳିକା ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା । ଆଉ ଏହାପରେ ନାବାଳିକାଙ୍କ ମରଶରୀରକୁ କାଜୁ ଜଙ୍ଗଲରେ ଫିଙ୍ଗି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ କାଳିଆ । ଆଉ ଏହି ଘଟଣାର ଦେଢ ବର୍ଷ ପରେ ଆଜି ଅଭିଯୁକ୍ତ କାଳିଆକୁ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି କୋର୍ଟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/suicide_by_hanging_resources1_16a0853bfa9_large.jpg)